Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

.

ପଙ୍ଗାତିରା ଗ୍ରାମ ରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ 

(ଜେ ବି ଏନ /ବିନୋଦ କୁମାର) ୧୫/୦୧ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମରେ ଘର ପୋଡ଼ି ହୋଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ। ଗ୍ରାମର କୃପାସିନ୍ଧୁ ସାହୁ ଙ୍କ ଘରେ ସକାଳ ୧୦.୩୦ ମିନିଟ ସମୟରେ ହଟାତ ନିଆଁ ଲାଗିଯାଇଥିଲା। ଚାଳ ଘର ହୋଇଥିବା ରୁ ଘରେ ଥିବା ଶହେ ରୁ ଅଧିକ ଧାନ ବସ୍ତା ସହିତ ବିଭିନ୍ନ ପ୍ରକାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି ଶେଷରେ ଅଗ୍ନିଶମ ବାହିନୀ ଆସି ପହଞ୍ଚି ଅଗ୍ନିକୁ ଆୟତ୍ତ କରି ଥିଲେ I ଅଗ୍ନି ବିପନ୍ନଙ୍କୁ ଖୁବ୍ ଶୀଘ୍ର ସରକାର ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରି ଥିଲେ I