Spread the love

ନୁଆଦିଲ୍ଲୀ: ରୟାଲ୍ ସ୍ୱିଡିସ୍ ଏକାଡେମୀ ଅଫ୍ ସାଇନ୍ସେସ୍ ୨୦୨୫ ମସିହା ପାଇଁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ଘୋଷଣା କରିଛି। ‘ଉତ୍ପାଦନ-ଚାଳିତ ଅର୍ଥନୈତିକ ଅଭିବୃଦ୍ଧିକୁ ବାଖ୍ୟା କରିଥିବାରୁ ଜୋଏଲ୍ ମୋକିର୍, ଫିଲିପ୍ ଆଗିଅନ୍ ଏବଂ ପିଟର୍ ହାୱିଟଙ୍କୁ ଅର୍ଥନୀତିରେ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଉଛି।

ଜୋଏଲ ମୋକିର ଆମେରିକାର ଇଭାଷ୍ଟନସ୍ଥିତ ନର୍ଥ-ଓ୍ବେଷ୍ଟର୍ଣ୍ଣ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରୁଥିବାବେଳେ ପିଟର ହାଓ୍ବିଟ ଆମେରିକାର ବ୍ରାଉନ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା କରୁଛନ୍ତି।

ଐତିହାସିକ ଉତ୍ସଗୁଡ଼ିକୁ ବ୍ୟବହାର କରି ନିରନ୍ତର ଅଭିବୃଦ୍ଧି ନୂତନ ସାଧାରଣ ହେବାର କାରଣଗୁଡ଼ିକୁ ମୋକିର ଉନ୍ମୋଚନ କରିଥିଲେ।ସେହିପରି ଆଗିଅନ୍ ଏବଂ ହାୱିଟ୍ ନିରନ୍ତର ଅଭିବୃଦ୍ଧି ପଛରେ ଥିବା ଯନ୍ତ୍ରପାତିଗୁଡ଼ିକର ଅଧ୍ୟୟନ କରିଥିଲେ। ୧୯୯୨ ମସିହାର ସେମାନେ ସୃଜନଶୀଳ ବିନାଶ ନାମକ ଏକ ଗାଣିତିକ ମଡେଲ୍ ବିକଶିତ କରିଥିଲେ ଓ ଦର୍ଶାଇ ଥିଲେ ଯେ ଏକ ନୂତନ ଏବଂ ଉନ୍ନତ ଉତ୍ପାଦ ବଜାରରେ ପ୍ରବେଶ କରିବା ପରେ ପୁରୁଣା ଉତ୍ପାଦ ବିକ୍ରୟ କରୁଥିବା କମ୍ପାନୀଗୁଡ଼ିକ ହାର ମାନିଯାଇଥାନ୍ତି।ତେବେ ଗତ ବର୍ଷ ତିନି ଜଣ ଅର୍ଥନୀତିଜ୍ଞଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଡାରନ୍ ଆସେମୋଗ୍ଲୁ, ସାଇମନ୍ ଜନସନ୍ ଏବଂ ଜେମ୍ସ ଏ. ରବିନସନ୍। କିଛି ଦେଶ କାହିଁକି ଧନୀ ଏବଂ କିଛି ଦେଶ କାହିଁକି ଗରିବ ଏନେଇ ସେମାନେ ଅଧ୍ୟୟନ କରିଥିଲେ। ତେବେ ଗତ ସପ୍ତାହରେ, ମେଡ଼ିସିନ୍, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ସାହିତ୍ୟ ଏବଂ ଶାନ୍ତି କ୍ଷେତ୍ର ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଥିଲା।

Leave a Reply

Your email address will not be published. Required fields are marked *