Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅସହାୟଙ୍କ ବନ୍ଧୁ ସାଜିଛନ୍ତି ଗୋପବନ୍ଧୁ

 

ଜେ. ବି. ଏନ୍ (୧୧/୧୨ /୨୦୨୦) କେଶଦୁରାପାଳ : ଆନନ୍ଦପୁର ଅଞ୍ଚଳରେ ଯଦି କୌଣସି ଅସହାୟ କିମ୍ବା କୌଣସି ପାଗଳ ଭିକାରୀଙ୍କୁ ଏମାନେ ଦେଖନ୍ତି ସାଙ୍ଗେ ସାଙ୍ଗେ ଆଗେଇ ଆସନ୍ତି ସାହାଯ୍ୟ କରିବାକୁ, ଧିରେ ଧିରେ ତାଙ୍କ ସହିତ ଯୋଡି ହେଇଗଲେ ଆଉ କେତେଜଣ ଯୁବକ ଯୁବତୀ, ସେମାନେ ମିଶି ତିଆରି କଲେ ସାମାଜିକ ସହାୟତା ଗୋଷ୍ଠି ଟ୍ରଷ୍ଟ। କେନ୍ଦୁଝର, ଜିଲା ଆନନ୍ଦପୁର ଠାରୁ ଆରମ୍ଭ ହେଲା ସେବା କାମ ଆଉ ତାପରେ ଆଗେଇ ଚାଲିଲେ ସମାଜ ସେବାରେ। ଏମିତି ଓଡିଶାର ବିଭିନ୍ନ ସ୍ଥାନକୁ ଯାଇ ଅସହାୟମାନଙ୍କୁ କମ୍ବଳ, ସୁଖିଲା ଖାଦ୍ୟ, ଡ୍ରେସ୍, ଏପରିକି ଯଦି କୌଣସି ରୋଗୀର ରକ୍ତ ଦରକାର ପଡୁଛି। ଏହି ଗ୍ରୁପର ସଦସ୍ୟ ମାନେ ଆଗେଇ ଆସନ୍ତି। ସେମାନଙ୍କର ଏହି କାମକୁ ବିଭିନ୍ନ ମହଲରେ ଲୋକମାନେ ପ୍ରସଂଶା କରୁଚନ୍ତି। ଆମ ସାମ୍ବାଦିକ ସେହି ଗ୍ରୁପ୍ କୁ ଭେଟିଥିଲେ ହରିଚନ୍ଦନପୁର ବ୍ଲକ ପିଠାଗୋଳା ପଚାଂୟତରେ, ସେଠାରେ ସେମାନେ ଏକ ଜୁଆଙ୍ଗ ବସ୍ତିରେ କମ୍ବଳ, ସୁଖିଲା ଖାଦ୍ୟ ବାଣ୍ଟୁଥିଲେ।