Spread the love

ମୁମ୍ବାଇ: ମହାରାଷ୍ଟ୍ରରେ ବଡ ବିସ୍ଫୋରଣ । ଆଜି ମହାରାଷ୍ଟ୍ର ଜବାହାର ନଗର ଭଣ୍ଡାରାରେ ଏକ ଅସ୍ତ୍ରଶସ୍ତ୍ର ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି । ଯେଉଁଥିରେ ଅନେକ ଶ୍ରମିକ ଭିତରେ ଫସିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ଏବଂ ୭ଜଣ ଗୁରୁତର ଆହତ ହୋଇଛନ୍ତି ।କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ପାଖାପାଖି ୧୦ରୁ ୧୨ ଜଣ ଲୋକ ବିସ୍ଫୋରଣ ସମୟରେ ଭିତରେ ଫସିରହିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାଥମିକ ଭାବେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି ।କାରଖାନାରେ ବିସ୍ଫୋରଣ ଫଳରେ ଏକ ଛାତ ଭୁଶୁଡ଼ି ପଡ଼ିଛି । ଘଟଣାର ଘଟିବା ସଙ୍ଗେ ସଙ୍ଗେ ଅଗ୍ନିଶମ କର୍ମଚାରୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳକୁ ପଠାଯାଇଛି, ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି ବୋଲି ସେ କହିଛନ୍ତି ।ଅନ୍ୟପଟେ ଛାତ ଭୁଶୁଡି ପଡିଥିବାରୁ ଅନେକ ଏହା ତଳେ ଚାପି ହୋଇ ମୃତାହତ ସଂଖ୍ୟ ବୃଦ୍ଧି ନେଇ ଆଶଙ୍କା ରହିଛି । ବର୍ତ୍ତମାନ ସୁଦ୍ଧା, ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ୭ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *