Spread the love

ଆଜି ଢେଙ୍କାନାଳ ଜିଲ୍ଲାର ସମସ୍ତ ସୁନା ଓ ରୁପା ଗହଣା ବ୍ୟବସାୟୀ ମାନଙ୍କୁ ନେଇ ଆଇ , ବି, ଜେ, ଏ ( ଇଣ୍ଡିଆ ବୁଲିଅନ ଆଣ୍ଡ ଜୁଏଲାରୀ ଆସୋସିଏସନ୍) ଆନୁକୁଲ୍ୟରେ ଢେଙ୍କାନାଳ ଜବାହର ଚୌକସ୍ଥିତ ସୂର୍ଯ୍ୟ ମଣ୍ଡପ ଠାରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି କର୍ଯ୍ୟକ୍ରମରେ (ଆଇ ବି ଜେ ଏ)କେନ୍ଦ୍ରୀୟ କନଭେନର ସୈଳେନ୍ଦ୍ର ଉପାଧ୍ୟାୟ ମହୋଦୟ , ଓଡ଼ିଶା ରାଜ୍ୟ ସଭାପତି ମହେଶ ବର୍ମା ମହୋଦୟ, ଓଡ଼ିଶା ରାଜ୍ୟ ଉପସଭାପତି ପ୍ରଶାନ୍ତ ପୃଷ୍ଠି,ଢେ଼ଙ୍କାନାଳ ଶିଳ୍ପ ବାଣିଜ୍ୟ ପ୍ରତିଷ୍ଠାନ ର ସଭାପତି ରାଜେନ୍ଦ୍ର ଦାସ୍ ହିଣ୍ଡୋଚା ମାହୋଦୟ ଉପସ୍ଥିତ ରହି ସୁନା ରୂପା ଗହଣା ବ୍ୟବସାୟୀ ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ତଥା ଆଠଗଡ଼, ନୂଆ ପାଟଣା, ଅଞ୍ଚଳରୁ ବହୁସଂଖ୍ୟାରେ ବ୍ୟବସାୟୀ ମାନେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ଢେଙ୍କାନାଳ ଜିଲ୍ଲା ଜୁଏଲାରୀ ଆସୋସିଏସନ୍ ର ସଭାପତି ପ୍ରମୋଦ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିବା ସହ କାର୍ଯ୍ୟକାରୀ ସଭାପତି ରାଜେଶ୍ ସୋନି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥଲେ,ସମ୍ପାଦକ ଲୋକନାଥ ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ , ଉପସଭାପତି, ସୁରେଶ ବର୍ମା, ଆନନ୍ଦ ବର୍ମା,ମୁକେଶ ସୋନି,ଅରୂପ କମିଲା,ବିନୋଦ ବର୍ମା ,ମନୋଜ ଅଗ୍ରୱାଲ ଇତ୍ୟାଦି ପୂର୍ଣ୍ଣମାତ୍ରାରେ ସହଯୋଗ କରିଥଲେ।

Leave a Reply

Your email address will not be published. Required fields are marked *