Spread the love

ଆଜି ଅପରାହ୍ନ ୪ ଟାରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥିସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ଫଳାଫଳ, ଏବଂ ମଧ୍ୟମା ପରୀକ୍ଷା ଫଳାଫଳ ମଧ୍ୟ ପ୍ରକାଶ କରାଯିବ। ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଇଂରାଜୀ ସହ ଓଡ଼ିଆ ଭାଷାରେ ମିଳିବ ମାଟ୍ରିକ ସାର୍ଟିଫିକେଟ୍।

ମାତୃଭାଷା ଓଡ଼ିଆକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ଐତିହାସିକ ଓ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ନୂଆ ବ୍ୟବସ୍ଥା କେବଳ ମାଟ୍ରିକସ୍ତରରେ ଲାଗୁ ହେବ ବୋଲି ସ୍ପଷ୍ଟ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ନିଷ୍ପତ୍ତି ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାରକୁ ଆହୁରି ଶକ୍ତିଶାଳୀ କରିବ। ଫଳରେ ଲକ୍ଷାଧିକ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ନିଜ ମାତୃଭାଷାରେ ସାର୍ଟିଫିକେଟ୍ ପାଇ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।

Leave a Reply

Your email address will not be published. Required fields are marked *