Spread the love

ଭୂବନେଶ୍ୱର,୦୮/୦୮: ଆଜି ରାଜ୍ୟ କଂଗ୍ରେସ କମିଟି ତରଫରୁ ବିଶ୍ୱ ଆଦିବାସୀ ଦିବସ ପାଳନ କରାଯିବ । ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ଏହି ଦିବସ ପାଳନ କରାଯିବ । ଏହି ଅବସରରେ ପ୍ରତି ଜିଲ୍ଲା ମୁଖ୍ୟାଳୟ ଓ ସଦର ମହକୁମାରେ ଆଦିବାସୀ ଅଧିକାରର ସୁରକ୍ଷା ଏବଂ ଜଙ୍ଗଲ ଅଧିକାର ଆଇନର ସୁଚାରୁ ରୂପେ କାର୍ଯ୍ୟକାରୀ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ ।

କଂଗ୍ରେସ ଭବନରେ ୯ ତାରିଖ ଅପରାହ୍ନରେ ସାଧାରଣ ସଭା ସହ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ଅବସରରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ପ୍ରଦେଶ ଆଦିବାସୀ କଂଗ୍ରେସର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ, ପିସିସି ସମ୍ପାଦକ ଲକ୍ଷ୍ମୀଧର ସିଂ ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମକର୍ତ୍ତା ଯୋଗ ଦେବେ ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *