Spread the love

ଏହି ଶାସକ ବିଜେପି ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସାରା ଦେଶରେ ଏହି ପ୍ରତିଷ୍ଠା ଦିବସ ବିଜେପି କର୍ମୀ ମାନେ ପାଳନ କରୁଥିବା ବେଳେ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ସଭାପତି ଜେ ପି ନଡ୍ଡା ଏହି ପ୍ରତିଷ୍ଠା ଦିବସ ପାଳନର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ଶ୍ରୀ ନଡ୍ଡା କହିଛନ୍ତି ଯେ ଦଳ ଜନସଂଘ ରୁ ଆରମ୍ଭ ହୋଇଥିଲା। କିନ୍ତୁ ଏହି ଦଳ ବର୍ତ୍ତମାନ ବିଶ୍ଵର ସର୍ବ ବୃହତ୍ ଦଳ ଭାବେ ଛିଡ଼ା ହୋଇଛି। ଏହା ବିଜେପିର ୪୪ ତମ ପ୍ରତିଷ୍ଠା ଦିବସ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଶ୍ରୀ ନଡ୍ଡା ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ପତାକା ଉତୋଳନ କରିଥିଲେ।

ଏହି ଅବସରରେ ଦେଶର କାର୍ଯ୍ୟକର୍ତ୍ତା ମାନେ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇଛନ୍ତି।

Leave a Reply

Your email address will not be published. Required fields are marked *