Spread the love

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାର ନଗ୍ନ ଦୃଶ୍ୟ, ଏହା ଅତ୍ୟନ୍ତ ଦୁଃର୍ଭାଗ୍ୟ ଜନକ

କେନ୍ଦୁଝର ଜିଲ୍ଲାର ନଗ୍ନ ଦୃଶ୍ୟ, ଯାହାକି ଅତ୍ୟନ୍ତ ଦୁଃର୍ଭାଗ୍ୟ ଜନକ ଅଟେ, କହିବେ କାହାକୁ ପୁଣି ଶୁଣିବ ବା କିଏ। ଏହି ଜିଲ୍ଲାର ଯୋଡ଼ା ବ୍ଲକ ଅଧୀନରେ ଥିବା ଲୋଇଡ଼ାପଦା ପଞ୍ଚାୟତ ଓ ଗୁଆଲୀ ପଞ୍ଚାୟତ ର ଅବହେଳିତ ଟୋପାଡିହି, ରୁଗୁଡ଼ି, ଲୋଇଦାପଦା ଓ ଅନ୍ୟାନ୍ୟ ଗ୍ରାମ ।ଏମିତି ତ ଗାଁରେ ରହିଛି ଅନେକ ସମସ୍ୟା । ହେଲେ ସବୁ ସମସ୍ୟା କୁ ବଳି ଯାଇଛି ରାସ୍ତା ସମସ୍ୟା। କଲବଲ କରୁଛି ଜାତୀୟ ରାଜପଥ ଏବଂ ତାକୁ ଲାଗି ରହିଥିବା ସର୍ଭିସ୍ ରାସ୍ତା ସାରା ଖାଲ ଖମା। ଆଉ ବର୍ଷା ଦିନେ ଏହି ରାସ୍ତାରେ ଜମୁଛି ପାଣିକାଦୁଅ । ଟିକିଏ ନଜର ପକାନ୍ତୁ ଏହି ରାସ୍ତା ଉପରେ ଥିବା ଆଣ୍ଠୁଏ ଆଣ୍ଠୁଏ ଖାଲରେ କିପରି ବର୍ଷା ପାଣି ଭରି କୃତ୍ରିମ ପୋଖରୀରେ ପରିଣତ ହୋଇଛି । ଆଉ ଏହି ପାଣି ଭିତରେ ପସି ଯାତାୟତ କରୁଛନ୍ତି ଆବାଳ ବୃଦ୍ଧ ବନିତା।ଗାଁକୁ ସଂଯୋଗ କରୁଥିବା ଏହି ଗୋଟିଏ ରାସ୍ତା କାହିଁକି ଗାଁର ଭିତର ବାହାର ଯେଉଁଠି ଦେଖ ରାସ୍ତା କାଦୁଅ ପଚପଚ। ରାସ୍ତା ସମସ୍ୟା ସମାଧାନ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରୁଛନ୍ତି ଅଞ୍ଚଳବାସୀ। ହେଲେ ନିଦା ବିଷ୍ଣୁ ପାଲଟିଛି ସରକାର ଏବଂ ପ୍ରଶାସନ। ପରିଣାମ ସ୍ବରୂପ ରାଜ ରାସ୍ତା ରେ ଧାନ ରୋଇ ପ୍ରତିବାଦ କରିଛନ୍ତି ଶହ ଶହ ମହିଳା ଏବଂ ପୁରୁଷ। ପ୍ରିତିଦିନ ଦୁଇ ହଜାରରୁ ଅଧିକ ଲୋକ ଦୈନନ୍ଦିନ କାମ ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ହେଲେ ନିକଟସ୍ଥ ଖ ଖଦାନ ଭାରି ଯାନ। ଏହି ରାସ୍ତାଟିଏ ପାଇଁ ପଞ୍ଚାୟତ ଲୋକ ମାନେ ଜାତୀୟ ରାଜପଥ ଅଧିକାରୀ ଠାରୁ ବ୍ଲକ୍ ଧାଇଁ ଧାଇଁ ନୟାନ୍ତ ହେଲେଣି ହେଲେ କେହି କଥା ଶୁଣୁ ନାହାଁନ୍ତି ବୋଲି ଅଭିଯୋଗ ହୋଇଛି। । କାଦୁଅରେ କଲବଲ ଅଞ୍ଚଳର ଗ୍ରାମ ବାସିନ୍ଦା। ଜାତୀୟ ରାଜପଥ ଟି  ରାସ୍ତାରେ ବର୍ଷା ପାଣି କାଦୁଅ ପଚପଚ କରୁଛି ହନ୍ତସନ୍ତ । ତେବେ କାହିଁକି ଗାଁକୁ ରାସ୍ତା ସଂଯୋଗ ହୋଇଥିବା ୫୨୦ ନମ୍ୱର ଜାତୀୟ ରାଜପଥ ଘଟଣା NHAI କତୃପକ୍ଷ ମାନେ କାହିଁକି ଶୁଣୁ ନାହାନ୍ତି ଏହା ଉପରେ ବଡ଼ ପ୍ରଶ୍ନ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *