Spread the love

ଆଦିବାସୀ ମହାବିଦ୍ଯାଳୟରେ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ

ବାଲିଗୁଡା, ତା, ୧୦/୦୧:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ରେ ଜାତୀୟ ସେବା ଯୋଜନା ୨ଟି ୟୁନିଟର ଏକ ସପ୍ତାହ ବ୍ୟାପୀ ଆୟୋଜିତ ଶୀତକାଳୀନ ସେବା ଶିବିର ବଡଗାଁ ପୋଷ୍ଯଗ୍ରାମରେ ଉଦଯାପିତ ହୋଇ ଯାଇଛି l

ଏଥିରେ ଭାରପ୍ରାପ୍ତ ଅଧ୍ଯକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ଯ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଅବସରପ୍ରାପ୍ତ ଅଧ୍ଯକ୍ଷ କାର୍ତ୍ତିକ ଚନ୍ଦ୍ର ସୀ କାର୍ଯ୍ଯକ୍ରମ ଅଧିକାରିଣୀ ଶ୍ରୀମତୀ ଅରୁନ୍ଧତୀ ପ୍ରଧାନ, ହମନ୍ ଦିବାକା ପ୍ରମୁଖ ଉପସ୍ଥିତ ରହି ଏକ ସପ୍ତାହ ବ୍ଯାପୀ ଅନୁଷ୍ଠିତ ଏହି ଶିବିରକୁ ସୁଚାରୁ ରୂପେ ପରିଚାଳନା କରିଥିଲେ l ଏକ ସପ୍ତାହ ବ୍ୟାପୀ ଆୟୋଜିତ ଏହି ଶିବିରରେ ବ୍ରହ୍ମପୁର ବିଶ୍ୱବିଦ୍ଯାଳୟ ଏନ ଏସ ଏସ ସେଲ ପକ୍ଷରୁ କନ୍ଧମାଳ ଜିଲ୍ଲା କାର୍ଯ୍ଯକ୍ରମ ଅଧିକାରୀ ଡ.ନଳିନୀ କୁମାର ପାଣିଗ୍ରାହୀ, ବି ଏସ ଏଫ ର କର୍ମଚାରୀ ଗଣ ଉପସ୍ଥିତ ରହି ଶିବିରାର୍ଥୀଙ୍କୁ ବ୍ଯକ୍ତିତ୍ୱ ବିକାଶରେ ଜାତୀୟ ସେବା ଯୋଜନାର ଭୂମିକା ବର୍ଣ୍ଣନା କରିଥିବା ବେଳେ ସ୍ୱାସ୍ଥ୍ଯ, ଜଙ୍ଗଲ ସୁରକ୍ଷା, ଅଗ୍ନି ନିରାପତ୍ତା, ସଡ଼କ ସୁରକ୍ଷା ଭଳି ବିଭିନ୍ନ ବିଷୟରେ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ଆଲୋକପାତ କରିଥିଲେ l

ଉପସ୍ଥିତ ଶିବିରାର୍ଥୀ ମାନେ ଏକ ସପ୍ତାହ ବ୍ୟାପୀ ସାଂସ୍କୃତିକ କାର୍ଯ୍ଯକ୍ରମ ସହ ସଚେତନତା ସଭା ରାଲି ଘରଘର ବୁଲି ସରକାରୀ ଯୋଜନା ସର୍ଭେ କରିବା ସହ ବିଭିନ୍ନ ସମୟ ର ଜୀବନ୍ତ ଅନୁଭୂତି ବଖାଣି ଥିଲେ l ଶେଷରେ ଅଧ୍ଯାପକ ହମନ୍ ଦିବାକା ଧନ୍ଯବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *