Spread the love

ଆନନ୍ଦ ବଜାର ଗଜଲକ୍ଷ୍ମୀ ପୂଜା ଅବସରରେ ପ୍ରସାଦସେବନ

ଢେଙ୍କାନାଳ, ୧୩/୧୦: ଢେଙ୍କାନାଳ ସ‌ହର ଆନନ୍ଦ ବଜାର ଗଜଲକ୍ଷ୍ମୀ ପୂଜା ଅବସରରେ ଆଜି ୮ମ ଦିବସରେ ନୀତିକାନ୍ତରେ ପୂଜାର୍ଚ୍ଚନା କରାଯିବା ସହ ଭକ୍ତମାନଙ୍କ ପାଇଁ ପ୍ରସାଦସେବନ ବ୍ୟବସ୍ଥା ହୋଇଥିଲା । ସ୍ଥାନୀୟ ଆନନ୍ଦବଜାରସ୍ଥିତ ମା’କମଳା ମଣ୍ଡପ ଠାରେ ହୋଇଥିବା ପ୍ରସାଦସେବନରେ ରାଇସ୍, ଡାଲ୍‌ମା, ଶାଗ, ଆମ୍ବୁଲ ଖଟା ଓ କ୍ଷୀରି କୁ ପ୍ରାୟ ୫ ହଜାରରୁ ଉର୍ଦ୍ଧ ଭକ୍ତମାନେ ମହାଆନନ୍ଦରେ ସେବନ କରିଥିଲେ । ସଭାପତି ଚକ୍ରଧର ନାୟକ, ସଂପାଦକ ଚିତରଞ୍ଜନ ସାହୁ, କୋଷାଧ୍ୟକ୍ଷ ଲିପୁନ୍ ପ୍ରଧାନ, ସହସଂପାଦକ ବଳଭଦ୍ର ନାୟକ, ମୁଖ୍ୟ କର୍ମୀ ଶ୍ୟାମସୁନ୍ଦର ନାୟକ, ବିମଳ ନାୟକ, ରାମଚନ୍ଦ୍ର ନାୟକ, ଦିପୁନ୍ ପ୍ରଧାନ, ବିକାଶ ପ୍ରଧାନ, ରାହୁଲ୍ ସାହୁ, ସୁବାଷ ନାୟକ, ପିନୁ ଦଳେଇ, ଗୁଡ଼ୁ ପ୍ରଧାନ ଓ ସମସ୍ତ କର୍ମକର୍ତାଙ୍କ ଉପସ୍ଥିତିରେ ଉକ୍ତ କାର୍ଯ୍ୟକ୍ରମ ସଂପାଦନା ହୋଇଥିଲା । ଆସନ୍ତା ୧୫ ତାରିଖ ବୁଧବାର ମା’ଙ୍କର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *