ଆନ୍ତର୍ଜାତିକ ମହିଳା ଦିବସରେ ନାରୀ ଶକ୍ତିକୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଜେ ବି ଏନ, ୦୮/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅଦମ୍ୟ ନାରୀ ଶକ୍ତିକୁ ଅଭିବାଦନ ଜଣାଇଛନ୍ତି ।
ଏକ ଟ୍ଵିଟ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆନ୍ତର୍ଜାତିକ ମହିଳା ଦିବସରେ ଆମର ଅଦମ୍ୟ ନାରୀ ଶକ୍ତିକୁ ଅଭିବାଦନ ଜଣାଉଛି! ଆମ ଦେଶର ମହିଳାଙ୍କ ଦ୍ଵାରା ସମ୍ପାଦିତ ହୋଇଥିବା ଅନେକ କାର୍ଯ୍ୟ ପାଇଁ ଭାରତ ଗର୍ବିତ । ବିଭିନ୍ନ କ୍ଷେତ୍ରରେ ମହିଳା ସଶକ୍ତିକରଣକୁ ବୃଦ୍ଧି କରିବାର ସୁଯୋଗ ମିଳିଥିବାରୁ ଏହା ଆମ ସରକାର ପାଇଁ ଗର୍ବର ବିଷୟ ।
