Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଜେ ବି ଏନ, ୦୮/୦୩ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ଗ୍ରାମ ପଞ୍ଚାୟତ ର ବାବା ବରୁଣେଶ୍ଵର ମନ୍ଦିର ନିକଟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ବିଜୁ ମହିଳା ଜନତା ଦଳ ପକ୍ଷରୁ ବିଶାଳ ମହିଳା ଦିବସ ପାଳନ କରାଯାଇଛି। ଏହି ସମାବେଶରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍ଥାନୀୟ ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।ସେ ପ୍ରଦୀପ ପ୍ରଜ୍ବଳନ କରିବା ସହ ଉପସ୍ଥିତ ମହିଳା ମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ନନ୍ଦକିଶୋର ସାମଲ, ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ଅହଲ୍ୟା ସ୍ୱାଇଁ, ଜିଲ୍ଲା ପରିଷଦ ର ସଭ୍ୟା ମାମିନା ମଲ୍ଲିକ, ସୁଷମା ସେଠି, ସୁଜାତା ମଲ୍ଲିକ,ଅରେଇ ସରପଞ୍ଚ ଦେବାନନ୍ଦ ମଲ୍ଲିକ, କଲ୍ୟାଣପୁର ସରପଞ୍ଚ ସୁନନ୍ଦା ନାୟକ, ସିଂହପୁର ସରପଞ୍ଚ ରମାମଣି ସାହୁ, ବିଞ୍ଝାରପୁର ବ୍ଲକ ର ପୃବତନ ଉପାଧ୍ୟକ୍ଷ ପ୍ରିୟତମା ବେଉରିଆ , ଚିକଣା ସରପଞ୍ଚ ଧ୍ରୃବ ସେଠି ପ୍ରମୁଖ ଯୋଗ ଦେଇଥିଲେ।