ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଆମ ସଙ୍କଳ୍ପ-ନିଶା ନୁହେଁ ,ଜୀବନ ଉପଲକ୍ଷେ ସଚେତନତା ରଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶୁଭାରମ୍ଭ ହୋଇଛି। ବିଭିନ୍ନ ମାଦକ ତଥା ନିଶାଦ୍ରବ୍ୟ ବ୍ୟବହାରର କୁପରିଣାମ ବିଷୟରେ ଅବଗତ କରିବା ସହିତ ଅପମିଶ୍ରିତ,ବିଷାକ୍ତ ଏବଂ ଚୋରା ମଦ କାରବାର ସମ୍ପୂର୍ଣ୍ଣ ରୋକିବା ଲାଗି ଜନସଚେତନତା ଅଭିଯାନ ନିମନ୍ତେ ୨ଟି ସଚେତନତା ରଥ ଜିଲ୍ଲା କାର୍ଯ୍ୟାଳୟ ଠାରୁ ବାହାରି ଜିଲ୍ଲାର ସହର ଠାରୁ ଆରମ୍ଭ କରି ଗ୍ରାମକୁ ଯାଇ ସଚେତନ କରିବ।ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ଅବକାରୀ ଅଧ୍ୟକ୍ଷ ଆର୍ୟ ସଭ୍ୟତା ରାୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅବକାରୀ ଅଧ୍ଯକ୍ଷା , ସମେତ ଅବକାରୀ ବିଭାଗର କର୍ମଚାରୀ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
