Spread the love

ଆର ଆଇ ଅଫିସ ସ୍ଥାନାନ୍ତରିତ କୁ ବିରୋଧ କରି ଆନ୍ଦୋଳନ


ଭଟଲି : – ବରଗଡ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ କମଗାଁରେ ଥିବା ଜଡ଼ା ସର୍କଲର ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଶୁକ୍ରବାର ସ୍ଥାନୀୟ ଲୋକେ ତାଲା ପକାଇ ଆନ୍ଦୋଳନ କରିଥିଲେ ସେମାନଙ୍କ ଅଭିଯୋଗ ଅନୁସାରେ ଜଡ଼ା ସର୍କଲ କାର୍ଯ୍ୟାଳୟ ବହୁ ବର୍ଷ ହେଲା କମଗାଁ ପଞ୍ଚାୟତ ର କମଗାଁ ରେ କାର୍ଯ୍ୟ କରିଆସୁଛି। କିନ୍ତୁ ଏବେ ଉକ୍ତ କାର୍ଯ୍ୟାଳୟକୁ କମଗାଁ ପଞ୍ଚାୟତର ସୀମାନ୍ତ ଗାଁ ଋଷିପାଲିକୁ ସ୍ଥାନାନ୍ତର କରିବାକୁ ମସୁଧା ଚାଲିଛି। ଋଷିପାଲିକୁ ସ୍ଥାନାନ୍ତର ହେଲେ ଅନ୍ୟ ଗ୍ରାମଗୁଡ଼ିକରୁ ସେଠାକୁ ଦୂରତା ବୃଦ୍ଧି ପାଇବା ସହ ବିଭିନ୍ନ ସମସ୍ୟା ସୃଷ୍ଟି ହେବା ସହ ଜନସାଧାରଣ ବି ସେଠାକୁ ଯିବାଆସିବାରେ ଅସୁବିଧା ଭୋଗିବେ । ତେଣୁ କାର୍ଯ୍ୟାଳୟକୁ ପୂର୍ବପରି କମଗାଁରେ ହିଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଉ, ଋଷିପାଲିରେ ନିର୍ମାଣ ହେଉଥିବା ଅଫିସ୍ କୋଠା କାମ ବନ୍ଦ କରାଯାଇ କାମଗାଁ କାର୍ଯାଳୟ ରେ
ନିର୍ମାଣ କରାଯାଉ, ଉକ୍ତ ସର୍କଲର ନାମ ପରିବର୍ତ୍ତନ କରି କମଗାଁ ସର୍କଲ କରିବାକୁ ଲୋକେ ଲିଖିତ ଭାବେ ଦାବି କରିଛନ୍ତି। ଦିନ ୧୧ଟାରୁ କାର୍ଯ୍ୟାଳୟରେ ତାଲା ମାରି ଆନ୍ଦୋଳନ କରିବା ସହ ଭିତରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବାହାରକୁ ବାହାରିବାକ ଦେଇନଥିଲେ ଭଟଲି ତହସିଲଦାର ରାମକୃଷ୍ଣ ମିଶ୍ର ଓ ଅତିରିକ୍ତ ତହିଲଦାର ରୂପେଶ ପାଢ଼ୀ ପହଞ୍ଚି ଲୋକମାନଙ୍କୁ ବର୍ତ୍ତମାନ କାର୍ଯ୍ୟାଳୟ ଏଠାରୁ ସ୍ଥାନାତରିତ ହେବନି ବୋଲି ପ୍ରତିଶ୍ରୁତି ଦେବା ସହ ଦାବିଗୁଡ଼ିକୁ ଜିଲ୍ଲାପାଳ, ରାଜସ୍ବ କମିସନର ଏବଂ ରାଜସ୍ବ ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇବା ପାଇଁ କହିବାରୁ ଲୋକେ ଧାରଣାରୁ ଓହରି ଥିଲେ |

Leave a Reply

Your email address will not be published. Required fields are marked *