Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଶୁକ୍ରବାର ଦିନ ବିହାରର ଓ ପଶ୍ଚିମବଙ୍ଗ ଗସ୍ତ କରି ପ୍ରାୟ ୧୮ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ପୂର୍ବାହ୍ନରେ ଶ୍ରୀ ମୋଦୀ ପ୍ରଥମେ ବିହାର ଗସ୍ତ କରି ୧୩ ହଜାର କୋଟି ଟଙ୍କାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପର ଉଦ୍‍ଘାଟନ ଓ ଶିଳାନ୍ୟାସ କରିବେ ।

ଏହି ଅବସରରେ ଦୁଇଟି ଟ୍ରେନ୍‍କୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହିତ ଏକ ଜନସମାବେଶକୁ ସମ୍ବୋଧନ କରିବେ ।ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀ ଉପରେ ଆଣ୍ଟା ସୀମାରିଆ ସେତୁ ପ୍ରକଳ୍ପର ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ବିଦ୍ୟୁତ୍‍ କ୍ଷେତ୍ରର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଶ୍ରୀ ମୋଦୀ ୬ ହଜାର ୮୮୦ କୋଟି ଟଙ୍କା ମୂଲ୍ୟର ବକ୍ସର ତାପଜ ବିଦ୍ୟୁତ୍‍ କେନ୍ଦ୍ରର ଲୋକାର୍ପଣ କରିବେ ।ପରେ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ବିକଶିତ ସହରାଞ୍ଚଳ ସଂଯୋଗୀକରଣ ପ୍ରତି ପ୍ରତିବଦ୍ଧତା ଅନୁଯାୟୀ କୋଲକାତା ଗସ୍ତ କରି ମେଟ୍ରୋ ରେଳ ପ୍ରକଳ୍ପର ଲୋକାର୍ପଣ କରିବେ । ପଶ୍ଚିମବଙ୍ଗରେ ସଡ଼କ ଭିତ୍ତିଭୂମିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ୧୨ଶହ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୭ଦଶମିକ୍‍ ୨ କିଲୋମିଟର ଲମ୍ବା ୬ ଲେନ୍‍ ବିଶିଷ୍ଟ ଏଲିଭେଟେଡ୍‍ କୋନା ଏକ୍ସପ୍ରେସ୍‍ ପଥର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି ।

Leave a Reply

Your email address will not be published. Required fields are marked *