ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: କାରଖାନା ଓ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟ ଗିରଫ
ଭୁବନେଶ୍ୱର/ସମ୍ବଲପୁର:
ଜଣାଶୁଣା ଆୟଠାରୁ ୨୪୮ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କାରଖାନା ଓ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ଆଜି ଗିରଫ କରିଛି। ତାଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।
ଚଢ଼ାଉ ବେଳେ ଶ୍ରୀ ସାମନ୍ତରାୟ ଓ ତାଙ୍କ ପରିବାର ନାମରେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଛି। ଏଥିମଧ୍ୟରେ ଭୁବନେଶ୍ୱର ନନ୍ଦନବିହାରରେ ଏକ ଡୁପ୍ଲେକ୍ସ, ପୁରୀ ବାଲିଗୁଆଳିରେ ତିନି ମହଲା କୋଠା, ବାଲୁଗାଁରେ ଦୁଇ ମହଲା କୋଠା, ବାରକୁଦାରେ ଅନ୍ୟ ଏକ କୋଠା ଏବଂ ସମ୍ବଲପୁର ଧନକଉଡ଼ାରେ ଏକ ୩-ବିଏଚକେ ଫ୍ଲାଟ୍ ରହିଛି। ଏହା ସହିତ ଭୁବନେଶ୍ୱର, ସମ୍ବଲପୁର, କୁଚିଣ୍ଡା ଓ ଖୋର୍ଦ୍ଧା ଆଦି ଅଞ୍ଚଳରେ ୩୦ଟି ମୂଲ୍ୟବାନ ପ୍ଲଟ୍, ୩୦୦ ଗ୍ରାମ ସୁନା, ୩୬.୭୮ ଲକ୍ଷ ଟଙ୍କାର ଜମା ରାଶି ଏବଂ ଗୋଟିଏ ଚାରିଚକିଆ ଗାଡ଼ି ଜବତ କରାଯାଇଛି।
Close up of male hands in bracelets behind back 