Spread the love

*ଇକୋ କ୍ଲବ୍ ପକ୍ଷରୁ ଜନତା ସରକାରୀ ହାଇସ୍କୁଲରେ ବିଶ୍ଵ ମୃତ୍ତିକା ଦିବସ ପାଳିତ :*

(ବରଗଡ):: ୦୫/୧୨(ପବିତ୍ର ମେହେର):: ସୁସ୍ଥ ପରିବେଶ ସହ ସ୍ୱାସ୍ଥ୍ୟକର ଖାଦ୍ୟକୁ ସୁନିଶ୍ଚିତ କରିବା ପାଇଁ ମୃତ୍ତିକାର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ। ଏହି ମର୍ମରେ ସ୍ୱାସ୍ଥ୍ୟକର ପରିବେଶ ପାଇଁ ମୃତ୍ତିକା ପରିଚାଳନାର ଆବଶ୍ୟକତା ସମ୍ଵନ୍ଧରେ ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବା ଆଭିମୁଖ୍ୟ ନେଇ ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ, ଭୁକ୍ତାରେ ବିଦ୍ୟାଳୟର ଇକୋ କ୍ଲବ୍ ପକ୍ଷରୁ ବିଶ୍ଵ ମୃତ୍ତିକା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଶିକ୍ଷୟିତ୍ରୀ ରୋଜାଲିନ ଭୋଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ଏହି ଉପଲକ୍ଷେ ବିଶ୍ଵ ମୃତ୍ତିକା ଦିବସର ବିଷୟ ବସ୍ତୁ “ସ୍ଵାସ୍ଥ୍ୟକର ସହର ପାଇଁ ସୁସ୍ଥ ମୃତ୍ତିକା” ଉପରେ ଆୟୋଜିତ ସେମିନାରରେ ଇକୋ କ୍ଲବ୍ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ଯୋଗ ଦେଇମୃତ୍ତିକା ସ୍ଵାସ୍ଥ୍ୟ କାର୍ଡର ଉପଯୁକ୍ତ ବ୍ଯବହାର,ମୃତ୍ତିକା ପ୍ରଦୂଷଣର କୁପ୍ରଭାବ,ମୃତ୍ତିକାର ସଂରକ୍ଷଣ ଓ ସୁପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ।ଶିକ୍ଷକ ଆଶୁତୋଷ ଭୋଇ,ଶ୍ରୀପତି ସାହୁ, ତେଜରାମ ସା,ସୁବାସ ଚନ୍ଦ୍ର ଖମାରୀ ଓ ପ୍ରକାଶ ପ୍ରଧାନଙ୍କ ସମେତ ବିଦ୍ୟାଳୟର ଇକୋ କ୍ଲବ୍ ଓ ବିଜ୍ଞାନ କ୍ଲବର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ବୋଧରାମ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *