Spread the love

ତେଲ ଅଭିଭ: ଇସ୍ରାଏଲ ଏବଂ ଇରାନ ଏବେ ମୁହାଁମୁହିଁ ସ୍ଥିତି। ମଧ୍ୟପ୍ରାଚ୍ୟରେ ପୁଣି ଥରେ ଆକାଶରୁ କ୍ଷେପଣାସ୍ତ୍ର ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏବେ ଯୁଦ୍ଧରେ ପରିଣତ ହୋଇଛି।

ଇସ୍ରାଏଲ-ଇରାନ ଯୁଦ୍ଧ ଏବେ ଇରାନ ଏବଂ ଆମେରିକା ମଧ୍ୟରେ କୂଟନୀତିକୁ ପ୍ରଭାବିତ କରିଛି। ଇରାନ କହିଛି ଯେ ସାମ୍ପ୍ରତିକ ଘଟଣାକ୍ରମ ଆମେରିକା ସହିତ କୂଟନୀତି ଜାରି ରଖିବାର ସମ୍ଭାବନାକୁ ଶେଷ କରିଦେଇଛି।

ଇରାନ ଅଭିଯୋଗ କରିଛି ଯେ ଇସ୍ରାଏଲ ଆମେରିକାର ନିର୍ଦ୍ଦେଶରେ ଆକ୍ରମଣ କରୁଛି। ଇରାନ ଇସ୍ରାଏଲୀ ଆକ୍ରମଣ ପାଇଁ ୱାଶିଂଟନକୁ ଦାୟୀ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାଗେଇ ଶୁକ୍ରବାର କହିଛନ୍ତି ଯେ ଇସ୍ରାଏଲ ଲକ୍ଷ୍ମଣ ରେଖା ଅତିକ୍ରମ କରିଛି। ଏବେ ଏହାକୁ ପରିଣାମ ଭୋଗିବାକୁ ପଡିବ।ତେବେ ୧୩ ଜୁନ୍ ସକାଳେ ଇସ୍ରାଏଲ ଇରାନ ଉପରେ ସାମରିକ ଆକ୍ରମଣ କରିଥିଲା। ଇସ୍ରାଏଲ ଇରାନର ସାମରିକ ଘାଟି ଏବଂ ପରମାଣୁ ଘାଟିକୁ ଧ୍ୱଂସ କରିଥିଲା। ଇସ୍ରାଏଲ ୨୦୦ ଯୁଦ୍ଧ ବିମାନ ସହିତ ୩୦୦ ଏୟାର ଷ୍ଟ୍ରାଇକ କରିଥିଲା। ଫଳରେ ତେହେରାନ ଧୂଆଁରେ ପରିଣତ ହୋଇଥିଲା। ଏହି ଆକ୍ରମଣରେ ଇରାନର ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଇରାନ ଆକାଶ ସୀମା ବନ୍ଦ କରିଦେଇଥିବା ବେଳେ ସରକାର ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଛନ୍ତି। ଏହା ପରେ ଇରାନ ମଧ୍ୟ ପ୍ରତିଶୋଧ ନେଇଥିଲା। ୧୩ ଜୁନ୍ ରାତିରେ ଇରାନ ୧୦୦ ଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା, ଯାହା ତେଲ ଅଭିଭରେ ଅରାଜକତା ସୃଷ୍ଟି କରିଥିଲା। ଏହା ପୂର୍ବରୁ ଇସ୍ରାଏଲ ଇରାନର ସେନା ମୁଖ୍ୟ, IRGC ମୁଖ୍ୟ ଏବଂ ଶୀର୍ଷ ପରମାଣୁ ବୈଜ୍ଞାନିକମାନଙ୍କୁ ହତ୍ୟା କରିଥିଲା।

Leave a Reply

Your email address will not be published. Required fields are marked *