Spread the love

ଉଦଯାପିତ ହେଲା କମଗାଁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅବଡିକ ସାଇନିଂ ଷ୍ଟାର କାର୍ଯ୍ୟକ୍ରମ

ବରଗଡ:୪/୧୧(ପବିତ୍ର ମେହେର) ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କମଗାଁ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ତ୍ରି ଦିବସୀୟ ଆବାସିକ ସାଇନିଂ ଷ୍ଟାର କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ କମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବରେ ମିତ୍ରଭାନୁ କଚ୍ଛପ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ସହିତ ଅକ୍ଲାନ୍ତ ପରିଶ୍ରମ କରିବା ନିମନ୍ତେ ଆହ୍ଵାନ କରିଥିଲେ। ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କଚ୍ଛପ ଛାତ୍ରଛାତ୍ରୀମାନେ ନିରନ୍ତର ପ୍ରୟାସ କରି ଆଗାମୀ ଦିନରେ ଉନ୍ନତ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧୀରୋଜ ପଟ୍ଟନାୟକ ଛାତ୍ରଛାତ୍ରୀମାନେ କଠୋର ପରିଶ୍ରମ କରି ଲକ୍ଷ୍ୟ ସ୍ଥଳରେ ପହଞ୍ଛି ପାରିବେ ବୋଲି ମତ ବ୍ୟକ୍ତ କରିଥିଲେ।

ବରଗଡ ଜିଲ୍ଲାର ସମସ୍ତ ସାଧନ କର୍ମୀଙ୍କ ଠାରୁ ଜିଲ୍ଲାର ସମସ୍ତ ବ୍ଲକରୁ ସର୍ବମୋଟ ୧୪୪ ଜଣ ଛାତ୍ରଛାତ୍ରୀ ତାଲିମ ନେଇଥିଲେ। ଶିକ୍ଷକ ବିକାଶ ରଣା,ଶିକ୍ଷକ ଗୋପବନ୍ଧୁ ପୁରୋହିତ ,ଡୋଳାମଣୀ ଶତପଥି, ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଅନୁଭୂତିକୁ ବ୍ଯବହାର କରି ଶିକ୍ଷାର୍ଥୀମାନେ ଆଗକୁ ବଢ଼ିବା ଉଚିତ୍ ବୋଲି ମତ ଦେଇଥିଲେ। ଅଧ୍ୟାପିକା ପାର୍ବତୀ ଭୋଇ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ନୁନିଆ ଜାମପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଶିବିର ପରିଚାଳନାରେ ଅଧ୍ୟାପିକା ଟୁନି ବେହେରା, ଅନୁପମା ପଣ୍ଡା,ଅଧ୍ୟାପକ ରବିନାରାୟଣ ସାହୁ, ଅରବିନ୍ଦ ଦାଶ, ହରେକୃଷ୍ଣ ଦେବତା,ଶ୍ୟାମ ସୁନ୍ଦର ସାହୁ, ସୁଶାନ୍ତ ସାହୁଙ୍କ ସମେତ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *