Spread the love

“ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି। କାର୍ଯ୍ୟକାରୀ ଅପେକ୍ଷାରେ ସାଧାରଣ ଜନତା”

ବରଗଡ଼:୩/୧୧(ପବିତ୍ର ମେହେର)ବରଗଡ ଜିଲ୍ଲା ଅତାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ବରଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କୁବେର ମହନ୍ତ ଏବଂ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରିପୁନାଥ ସୁନା ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ ।ଉକ୍ତ ଶିବିରରେ ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, ରାସନ କାର୍ଡ, ବାର୍ଦ୍ଧକ୍ୟ ଏବଂ ବିକଳାଙ୍ଗ ଭତ୍ତା, ରାସ୍ତା ନିର୍ମାଣ, କୃଷି, ଅତାବିରା ଅଞ୍ଚଳ ତଥା ହିର୍ଲପାଲି ଗ୍ରାମ ପଂଚାୟତ ରେ ପୂର୍ବତନ ସରକାରଙ୍କ ସମୟରେ ମନରେଗାରେ ହୋଇଥିବା ଦୁର୍ନୀତି ଏବଂ ହୀରାକୁଦ ବିସ୍ଥାପିତ ପରିବାରଙ୍କୁ ଦଶ ଡ଼ିସିମିଲ ଘର ଡିହ ଯୋଗାଇ ଦେବା ପାଇଁ ଅଭିଯୋଗ ହେଲା।

ତଥାପି କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ। ବିସ୍ଥାପିତଙ୍କ ଦୁଃଖ କେବେ ବୁଝିବେ ପ୍ରଶାସନ ବୋଲି କୋହ ଭରା କଣ୍ଠ ରେ କହନ୍ତି ଅଭିଯୋଗ କାରୀ। ସମସ୍ୟା ଅଧାରିତ ସମୁଦାୟ ୭୦ ଗୋଟି ଅଭିଯୋଗ ମଧ୍ୟରୁ ୪୦ ଗୋଟି ବ୍ୟକ୍ତିଗତ ଏବଂ ୩୦ ଗୋଟି ସାମୁହିକ ଅଭିଯୋଗର ଶୁଣାଣି କରି ସମସ୍ତ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ତେବେ ଜନ ସାଧାରଣ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି କାହା ପାଇଁ ବୋଲି କହୁଥିବାବେଳେ ନିଶ୍ଚିତ କାର୍ଯ୍ୟକାରୀ ହେବ ବୋଲି ଦୃଢ଼ତାର ସହ କହନ୍ତି ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ l

Leave a Reply

Your email address will not be published. Required fields are marked *