ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ଘଟଣା, ଅନ୍ୟ ରାସ୍ତାର କଥା ନକହିବା ଭଲ
ଯାତ୍ରୀବାହି ବସ୍ କୁ ପିଟିଲା ହାଇୱା , ଟଳିଗଲା ବଡ଼ ଦୁର୍ଘଟଣା। ଆଞ୍ଚଳିକ ପ୍ରଶାସନିକ ଅଧିକାରୀ ଙ୍କ କାର୍ଯ୍ୟାଳୟ ନିକଟରେ ଏପରି ଅବ୍ୟବସ୍ଥା ଅଞ୍ଚଳର କଥା ନ କହିବା ଭଲ। ଯାହାକି ଆଜିର ଏ ଦୃଶ୍ୟରୁ ସ୍ପଷ୍ଟ ବାରିହୁଏ ଆଞ୍ଚଳିକ ପ୍ରଶାସନ ଅଧିକାରୀ ନାମକୁ ମାତ୍ର, ଓ ନିଜ ନିଜର ରୁଟି ସେକିବାରେ ବ୍ୟସ୍ତ ଲୋକେ ମଲେ ଗଲେ ତାଙ୍କର କଣ ଗଲା ଦରମା ତ ସରକାର୍ ସମୟରେ ଦେଉଛି ବାକି କଥା ଏଠି କମ୍ପାନୀ ଓ ଟ୍ରାନ୍ସପୋର୍ଟ ମାନଙ୍କ ରାଜ୍ ଚାଲିଛି ଅଧିକାରୀ ବୋଧେ ସେଇଥିରେ ବ୍ୟସ୍ତ, ଲୋକେ ମଲେ ଗଲେ କିଏ ପଚାରେ। କେନ୍ଦୁଝର ଜିଲ୍ଲାର ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଯାତ୍ରୀବାହି ବସ୍ କୁ ପିଟିଲା ହାଇୱା , ଯଦି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଏପରି ଅବ୍ୟବସ୍ଥା ତେବେ ଅଞ୍ଚଳରେ ଅବସ୍ଥା କଣ ଥିବ ତାହା ସହଜେ ଅନୁମେୟ, ଷୌଭାଗ୍ୟ ବଶତଃ ଏକ ବଡ଼ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତିଯାଇଛି କିନ୍ତୁ କଣ ପାଇଁ ଏ ଅବହେଳା, ଆଜିର ଦିନରେ ଲୋକେ ଘରୁ ବାହାରିବାକୁ ସୁରକ୍ଷିତ ମନେ କରୁନାହାଁନ୍ତି, କଣ ପାଇଁ ରହିଛି ଆଞ୍ଚଳିକ ପ୍ରଶାସନ। କଣ ଖାଲି କମ୍ପାନୀ ଓ ପରିବହନ କରୁଥିବା ବ୍ୟକ୍ତି ବିଶେଷ ଙ୍କ ପାଇଁ ଏ ପ୍ରଶାସନ ସାଧାରଣ ଲୋକ କଣ ମଣିଷ ନୁହଁନ୍ତି, ଆଞ୍ଚଳିକ ପ୍ରଶାସନ ଅଧିକାରୀ ଙ୍କ ଅଞ୍ଚଳର ଜନସାଧାରଣ ଙ୍କ ପାଇଁ ଏତାଦୃଶ ଅବହେଳା ଆଗାମୀ ଦିନରେ ଏକ ବୃହତ୍ ଜନ ଆନ୍ଦୋଳନ ସୃଷ୍ଟି ନ କରିବ କହିବା ଅସମ୍ଭବ। ଆଞ୍ଚଳିକ ପ୍ରଶାସନ ଅଧିକାରୀ ଯଦି ବେଳ ଥାଉ ଥାଉ ଏ ପ୍ରତି ଦୃଷ୍ଟି ନ ଦିଅନ୍ତି ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ଉପୁଜିବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
