ଏଡିଏମ୍ ତଥା ଚମ୍ପୁଆ ଉପଜିଲ୍ଲାପାଳ ଙ୍କ ନେତୃତ୍ଵରେ ପ୍ରଶାସନ ପକ୍ଷରୁ ଫ୍ଲାଗମାର୍ଚ୍ଚ।
କେନ୍ଦୁଝର :କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲଥାନା ଅନ୍ତର୍ଗତରେ ଆଞ୍ଚଳିକ ପ୍ରଶାସନ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ କରାଯାଇଥିବା ଦେଖିବାକୁ ମିଳିଛି। କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ତଥା ବଡ଼ବିଲ ପୌରାଞ୍ଚଳରେ ପ୍ରଶାସନ ପକ୍ଷରୁ ଏଡିଏମ୍ ତଥା ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ାଙ୍କ ନେତୃତ୍ଵରେ ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ବଡ଼ବିଲ ପୋଲିସ୍ ପକ୍ଷରୁ ବଡ଼ବିଲ ପୌରାଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ । ଆଗାମୀ ରାମ ନବମୀକୁ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବାକୁ ତଥା ଜନସାଧାରଣଙ୍କ ମନରେ ପୋଲିସ ଏବଂ ପ୍ରଶାସନ ପ୍ରତି ବିଶ୍ୱାସ ଜନ୍ମାଇବା ପାଇଁ ଆଜି ବଡ଼ବିଲ ସହରରେ ପୋଲିସ ତରଫରୁ ଫ୍ଲାଗ୍ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ାଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ବଡ଼ବିଲ୍ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆଙ୍କ ନେତୃତ୍ଵରେ ମାଜିଷ୍ଟ୍ରେଟ ତଥା ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡାଙ୍କ ଉପସ୍ଥିତିରେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ,ଯୋଡ଼ା ଥାନା ଅଧିକାରୀ ପ୍ରଶାନ୍ତ ସାମଲ, ବଲାଣି ଥାନା ଅଧିକାରୀ ଲମ୍ବୋ ବୋଦ୍ରା ଏହି ଫ୍ଲାଗ୍ ମାର୍ଚ୍ଚ ବଡ଼ବିଲ ପିଏଚଡି ଆରମ୍ଭ ହୋଇ ଆଜାଦ୍ ବସ୍ତି , ବର୍କତ୍ ନଗର ଓ ବିଭିନ୍ନ ୱାର୍ଡ ଓ ବିଭିନ୍ନ ବସ୍ତି ଅଞ୍ଚଳ ଦେଇ ରେଲୱେ ଫାଟକ ଭୋଳା ଗ୍ୟାରେଜ୍, ମହାନ୍ତ ବସ୍ତି ବାଟା ଛକ ଦେଇ ବଡ଼ବିଲ ସହର ପରିକ୍ରମା କରି ଏହି ଫ୍ଲାଗ୍ ମାର୍ଚ୍ଚ, ଶେଷରେ ବଡ଼ବିଲ ଥାନା ନିକଟରସ୍ଥ ବଡ଼ବିଲ ମସଜିଦ ନିକଟରେ ଶେଷ ହୋଇଥିଲା । ପ୍ରକାଶ ଥାଉକି ଗତ ୨୦୨୨ ମସିହାରେ କିଛି ଅସାମାଜିକ ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଯୋଡ଼ା ସହରରେ ରାମ ନବମୀ ଅବସରରେ ସାମ୍ପ୍ରଦାୟିକ ଦଙ୍ଗା ଉପୁଜିଥିବା ବେଳେ, ସେଭଳି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ଓ ତାହାକୁ ଦୃଷ୍ଟିରେ ରଖି, ଆଗାମୀ ରାମ ନବମୀ କିପରି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ, ସେଥିପାଇଁ ଆଞ୍ଚଳିକ ପ୍ରଶାସନ ପକ୍ଷରୁ ବଡ଼ବିଲ ପୌରାଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଥିବା ନେଇ ସୂଚନା ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
