### ଏନଟିପିସି ତାଳଚେର ଥର୍ମାଲରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀରେ ଏକତାର ଶପଥ ନେଲେ କର୍ମଚାରୀ

ତାଳଚେର: ଭାରତର ଲୌହମାନବ ତଥା ଦେଶର ଏକତା ଓ ଅଖଣ୍ଡତାର ପ୍ରତୀକ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ ତାରିଖରେ ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ଏନଟିପିସି ତାଳଚେର ଥର୍ମାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବିଜୟ ଚନ୍ଦ ଏବଂ ସାଗରିକା ଲେଡିଜ୍ କ୍ଲବର ସଭାପତି ଶ୍ରୀମତୀ ବିଭା ଅଗ୍ରୱାଲ ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
କାର୍ଯ୍ୟକ୍ରମରେ ଜିଏମ୍ (ଅପରେସନ୍ ଆଣ୍ଡ ମେଣ୍ଟେନାନ୍ସ) ଶ୍ରୀ ଓମ୍ ପ୍ରକାଶ ସୋଲାଙ୍କି, ଜିଏମ୍ (ପ୍ରୋଜେକ୍ଟ) ଶ୍ରୀ ପ୍ରବୀର କୁମାର, ଜିଏମ୍ (ମେଣ୍ଟେନାନ୍ସ ଆଣ୍ଡ ଏଡିଏମ୍) ଶ୍ରୀ ରାକେଶ କୁମାରଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ, କର୍ମଚାରୀ ସଂଘ ଓ ସଂଗଠନର ପ୍ରତିନିଧି ଏବଂ ବହୁ କର୍ମଚାରୀ ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀ ବିଜୟ ଚାନ୍ଦ ଓ ଶ୍ରୀ ଓମ୍ ପ୍ରକାଶ ସୋଲାଙ୍କି ସମସ୍ତ କର୍ମଚାରୀଙ୍କୁ ରାଷ୍ଟ୍ରୀୟ ଏକତାର ଶପଥ ପାଠ କରାଇଥିଲେ। ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ସହ ଜାତୀୟ ସଂହତି, ସାମ୍ପ୍ରଦାୟିକ ସଦ୍ଭାବନା ଓ ଭାଇଚାରାର ଆଦର୍ଶକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତେ ସାମୂହିକ ସଂକଳ୍ପ ନେଇଥିଲେ।
କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଶ୍ରୀ ବିଜୟ ଚନ୍ଦ କହିଥିଲେ ଯେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦର୍ଶୀ ନେତୃତ୍ୱ ଓ ଅଦମ୍ୟ ଇଚ୍ଛାଶକ୍ତି ଯୋଗୁଁ ସ୍ୱାଧୀନତା ପରେ ଦେଶର ୫୬୨ଟି ଦେଶୀୟ ରାଜ୍ୟ ଭାରତୀୟ ସଂଘରେ ମିଶିପାରିଥିଲା। ତାଙ୍କର ଏହି ଐତିହାସିକ ଅବଦାନ ଓ ଆଦର୍ଶ ଆଗାମୀ ପିଢ଼ିକୁ ଏକତାର ସୂତ୍ରରେ ବାନ୍ଧି ରଖିବା ସହ ଏକ ଶକ୍ତିଶାଳୀ, ସୁଦୃଢ଼ ଓ ସମୃଦ୍ଧ ଭାରତ ଗଠନ ପାଇଁ ସର୍ବଦା ପ୍ରେରଣା ଯୋଗାଇବ ବୋଲି ସେ ମତବ୍ୟକ୍ତ କରିଥିଲେ।

ସର୍ଦ୍ଦାର ପଟେଲଙ୍କ ଜାତୀୟ ଏକତାର ମହାନ ଆଦର୍ଶକୁ ମନେ ପକାଇ ଏନଟିପିସି ତାଳଚେର ଥର୍ମାଲ ପରିସରରେ ଏହି ଦିବସ ପାଳନ କରାଯାଇଥିଲା।
Rashtriya Ekta Divas celebrated at NTPC Talcher Thermal
NTPC Talcher Thermal observed Rashtriya Ekta Diwas (National Unity Day) on October 31, 2026, commemorating the 151st birth anniversary of Sardar Vallabhbhai Patel, the Iron Man of India, whose visionary leadership and extraordinary contribution helps to build a strong, united and resilient India.
On this occasion Shri Vijay Chand, Executive Director, NTPC Talcher Thermal and Smt Vibha Agrawal, President, Sagarika Ladies Club paid floral tribute in the presence of Shri Om Prakash Solanki, GM (O&M), Shri Prabir Kumar, GM (Project), Shri Rakesh Kumar, GM (Maintenance & ADM), Heads of Departments, representatives of employees’ unions and associations, and employees. Shri Vijay Chand and Shri Om Prakash Solanki, GM (O&M) administered unity pledge to all employees, reaffirming the collective commitment of employees towards preserving the unity, integrity and security of the nation while upholding the ideals of national integration, harmony and solidarity shown by Sardar Patel. Addressing the employees Shri Vijay Chand advised all to follow the principle of Sardar Patel, whose visionary leadership helped to integrate 562 princely states to the Union of India, will inspire the generations to keep the country united.
