*ଏବିଭିପି ଓଡ଼ିଶା ପଶ୍ଚିମ ପ୍ରାନ୍ତ ଅଭ୍ୟାସ ବର୍ଗ ବରଗଡ଼ ଠାରେ ଧର୍ମଗଡ ର ୨ ଛାତ୍ରନେତାଙ୍କୁ ଦାୟିତ୍ଵ ଘୋଷଣା*

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ଅଭ୍ୟାସ ବର୍ଗ ଚଳିତ ବର୍ଷ ତା ୦୯, ୧୦,୧୧ ଓ ୧୨ ଜୁନ ୨୦୨୫ ରେ ବରଗଡ଼ ସ୍ଥିତ କ୍ରୀଷ୍ଣା ବିକାଶ ବରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭ୍ୟାସ ବର୍ଗ ରେ ପଶ୍ଚିମ ପ୍ରାନ୍ତର ପ୍ରତେକ ଜିଲ୍ଲା ଏବଂ ବିଭାଗର କାର୍ଯ୍ୟ କର୍ତ୍ତାଙ୍କ ଦାୟିତ୍ଵ ଘୋଷଣା କରାଗଲା। ସେହିପରି ଧର୍ମଗଡ ବ୍ଲକ ରୁ ୨ ଜଣ ଛାତ୍ର ନେତାଙ୍କୁ ଜିଲ୍ଲା ଏଵଂ ବିଭାଗରେ ଦାୟିତ୍ଵ ଘୋଷଣା କରାଗଲା। ଛାତ୍ରନେତା ହିମାଂଶୁ ସେନାପତିଙ୍କୁ କଳାହାଣ୍ଡି ବିଭାଗ ସୋସିଆଲ ମିଡ଼ିଆ ସଂଯୋଜକ ଦାୟିତ୍ଵ ଘୋଷଣା କରାଯାଇ ଥିବା ବେଳେ ସେ ପୂର୍ବରୁ କଳାହାଣ୍ଡି ଜିଲ୍ଲା ସହ ସଂଯୋଜକ ଭାବରେ କାର୍ଯ୍ୟରତ ଥିଲେ। ସେହିପରି ଛାତ୍ର ନେତା ସାଇ ଦର୍ଶନ ଠାକୁର ଙ୍କୁ କଳାହାଣ୍ଡି ଜିଲ୍ଲା ସଂଯୋଜକ ର ଦାୟିତ୍ଵ ମିଳିଥିବା ବେଳେ ସେ ମଧ୍ୟ ପୂର୍ବରୁ ଏବିଭିପି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦାୟିତ୍ଵ ପାଇଥିଲେ। ଧର୍ମଗଡ ବ୍ଲକରେ ୨ ଜଣଙ୍କୁ ଦାୟିତ୍ଵ ମିଳିଥିବାରୁ ଅଞ୍ଚଳ ରେ ଖୁସିର ଲହରୀ ଦେଖିବାକୁ ମିଳିଥିବା ବେଳେ , ଏହି ଅଞ୍ଚଳର ସମସ୍ତ କଲେଜ୍ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ଖୁସି ପ୍ରକାଶ କରିଥିଲେ। କଳାହାଣ୍ଡି ଜିଲ୍ଲା ଜୁନାଗଡ ରୁ ବାଲେଶ୍ବର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *