ଡେରାଡୁନ: କେଦାରନାଥ ନିକଟରେ ହେଲିକପ୍ଟର୍ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଗୌରୀକୁଣ୍ଡ ଜଙ୍ଗଲରେ ହେଲିକପ୍ଟର୍ ଟି ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।

ଖବର ମିଳିବା ପରେ ଦୁର୍ଘଟଣାସ୍ଥଳରେ ରେସ୍‌କ୍ୟୁ ଟିମ୍‌ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ତେବେ ଏହା ଡେରାଡୁନରୁ ଗୁପ୍ତକାଶୀକୁ ଯାଉଥିବା ସମୟରେ ହେଲକପ୍ଟର୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖରାପ ପାଗ ଯୋଗୁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ହେଲିକପ୍ଟର୍‌ରେ ପାଇଲଟ୍‌ ସମେତ ୬ ଜଣ ଥିବା ସୂଚନା ମିଳିଛି । ହେଲିକପ୍ଟରଟି ଆର୍ଯ୍ୟନ କମ୍ପାନୀର ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *