Spread the love

ନୁଆଦିଲ୍ଲୀ: ଏସିଆ କପ୍-୨୦୨୫ ସୁପର-୪ ମ୍ୟାଚ୍‌ରେ ବାଂଲାଦେଶକୁ ୪୧ ରନ୍‌ରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ବିଜୟ ସହିତ ଭାରତୀୟ ଦଳ ଏସିଆ କପ୍ ୨୦୨୫ର ଫାଇନାଲରେ ପ୍ରବେଶ କରିଛି।

ଏଥିସହ ଅଭିଷେକ ଶର୍ମା ଏବେ ଗୋଟିଏ ଏସିଆ କପ୍ ସିଜିନରେ ସର୍ବାଧିକ ଛକା ମାରିଥିବା ବ୍ୟାଟସମ୍ୟାନ୍ ହୋଇଯାଇଛନ୍ତି । ପୂର୍ବରୁ ସନଥ ଜୟସୁରିଆଙ୍କ ନାମରେ ଏହି ରେକର୍ଡ ଥିଲା।

ଅଭିଷେକ ଶର୍ମା ତାଙ୍କର ବିସ୍ଫୋରକ ବ୍ୟାଟିଂ ବଳରେ ଶ୍ରୀଲଙ୍କାର ସନଥ ଜୟସୁରିଆଙ୍କ ଏସିଆ କପର ଗୋଟିଏ ସଂସ୍କରଣରେ ସର୍ବାଧିକ ଛକା ମାରିବାର ୧୭ ବର୍ଷ ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି। ୨୦୦୮ ଏସିଆ କପରେ ସେ ମୋଟ ୧୪ଟି ଛକା ମାରିଥିଲେ। ଅଭିଷେକ ଏହି ସିଜିନରେ ଏପର୍ଯ୍ୟନ୍ତ ୧୭ଟି ଛକା ମାରିସାରିଛନ୍ତି।

ବାଂଲାଦେଶ ବିପକ୍ଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ ୧୬୮ ରନ୍‌ କରିଥିଲା। ଅଭିଷେକ ଶର୍ମା ୭୫ ରନ୍‌ର ଏକ ଧମାକାଦାର ଇନିଂସ ଖେଳିଥିଲେ। ୩୭ ବଲରେ ୬ଚୌକା ଓ ୫ଛକା ମାରିଛନ୍ତି ।ସୂଚନାଥାଉକି, ଭାରତ ୨୦ ଓଭରରେ ୬ ଓ୍ହିକେଟ ହରାଇ ୧୬୮ ରନ କରିଥିଲା। ୧୬୯ ରନ ବିଜୟ ଲକ୍ଷ୍ୟରେ ବ୍ୟାଟିଂ କରିଥିବା ବାଂଲାଦେଶ ସୈଫ ହୁସେନଙ୍କ ଦୃଢ଼ ବ୍ୟାଟିଂ ସତ୍ତ୍ୱେ ୧୯.୩ ଓଭରରେ ୧୨୭ ରନ କରି ଅଲ୍‌ଆଉଟ ହୋଇ ଯାଇଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ କୁଲଦୀପ ଯାଦବ ୩ଟି, ବରୁଣ ଚକ୍ରବର୍ତ୍ତୀ ଓ ଯଶପ୍ରୀତ୍‌ ବୁମ୍‌ରା ୨ଟି ଲେଖାଏଁ ଏବଂ ଅକ୍ଷର ପଟେଲ ଓ ତିଲକ ବର୍ମା ଗୋଟିଏ ଲେଖାଏଁ ଓ୍ହିକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *