Spread the love

ଭୁବନେଶ୍ୱର,୨୩/୦୭ : ରାଜ୍ୟରେ ଆରମ୍ଭ ହୋଇଛି ସୁଭଦ୍ରା ସମୀକ୍ଷା କାର୍ଯ୍ୟକ୍ରମ। ରାଜ୍ୟରେ ଅଙ୍ଗନୱାଡ଼ି ଦିଦି, ଏସଏଚଜି ମହିଳା ଓ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରୀଛାତ୍ର ସୁଭଦ୍ରା ଯୋଜନାର ସମୀକ୍ଷା କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ରାଜ୍ୟରେ ୨୦୦ରୁ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ରର ମଧ୍ୟ ଏହି କାର୍ଯ୍ୟକ୍ରମ ଜରିଆରେ ସମୀକ୍ଷା କରାଯିବ।

ଏକ ସତନ୍ତ୍ର ଆପ ମାଧ୍ୟମରେ ଏହି ସବୁ ସମୀକ୍ଷା ହେବ। ସୁଭଦ୍ରା ଯୋଜନା ଦୁଇଥର ପାଇବା ପରେ ତାହାକୁ ଅନୁଧ୍ୟାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ହିତାଧିକାରୀ କିପରି ଦୁଇଟି କିସ୍ତିକୁ ଖର୍ଚ୍ଚ କରିଛନ୍ତି ତାହାକୁ ଅନୁଧ୍ୟାନ କରାଯିବ। ଏଥିରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମେମ୍ବରଙ୍କ ସହ ପିଆରଆଇ ମେମ୍ବର, ଅଙ୍ଗନୱାଡ଼ି ମେମ୍ବର ଓ ହେଲ୍ପରଙ୍କ ସହ ଉଚ୍ଚଶିକ୍ଷା ବିଭାଗର ଛାତ୍ରୀଛାତ୍ର ଏହି ଦିଗରେ କାର୍ଯ୍ୟ କରିବେ। ଏହି କାର୍ଯ୍ୟକ୍ରମ ୨୨ ହଜାର ମହିଳାଙ୍କୁ ସୁଭଦ୍ରା ସମୀକ୍ଷା କରିବାକୁ ପ୍ରାୟ ୧ ମାସ ସମୟ ଲାଗିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଆସନ୍ତା ରକ୍ଷାବନ୍ଧନରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ମିଳିବ। ଆସନ୍ତା ଅଗଷ୍ଟ ୯ ତାରିଖରେ ଓଡ଼ିଶାର ମହିଳା ପାଇବେ ସୁଭଦ୍ରା ତୃତୀୟ କିସ୍ତି।ଯେଉଁମାନେ ଦ୍ୱିତୀୟ କିସ୍ତି ପାଇନାହାନ୍ତି ଆସନ୍ତା ୨ ଦିନ ମଧ୍ୟରେ ସମ୍ପୃକ୍ତ ହିତାଧିକାରୀଙ୍କ ତାଲିକାକୁ ରିଭ୍ୟୁ କରାଯିବ।ବହୁ ଜଲଦି ଯୋଗ୍ୟ ହିତାଧିକାରୀ ପାଇବେ ସୁଭଦ୍ରାକ୍‌ର ସମସ୍ତ କିସ୍ତି।

Leave a Reply

Your email address will not be published. Required fields are marked *