Spread the love

ବାଲେଶ୍ଵର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଜଳିଯିବା ଘଟଣାକୁ ନେଇ ରୁଜୁ ମାମଲାରେ ହାଇକୋର୍ଟରେ ଆଜି ଆଡ଼ଭୋକେଟ ଜେନେରାଲ ପକ୍ଷ ରଖିଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ସଂକ୍ରାନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ । ଅପରପକ୍ଷରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ବେଜେଡି ଏବଂ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ନେଇ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଓଡ଼ିଶା ବନ୍ଦ ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ ।ହାଇକୋର୍ଟ ଏଥିରେ ଉଭୟ ଦଳକୁ ନୋଟିସ କରିଛନ୍ତି ।ବର୍ତ୍ତମାନ ପରିସ୍ଥିତିରେ ଏସଆଇଟି ଗଠନ କରି ତଦନ୍ତ କରିବାର ଆବଶ୍ୟକତା ନଥିବା କହିଲେ ହାଇକୋର୍ଟ। କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଉଇଙ୍ଗର ତଦନ୍ତରେ ସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ । ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ରୁଜ୍ଜୁ ହୋଇଛି ଏହି ମାମଲା ।

Leave a Reply

Your email address will not be published. Required fields are marked *