Spread the love

ଓଡ଼ିଶାର ଶିଳ୍ପ ଇତିହାସରେ ଯୋଡିହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଏବେ ରାଜ୍ୟରେ ୩ ଜିଲ୍ଲାକୁ ଛାଡିଦେଲେ ୨୭ଟି ଜିଲ୍ଲାରେ ଶିଳ୍ପ ହୋଇଛି। ନୂଆ ଶିଳ୍ପ ପ୍ରକଳ୍ପର ଭିଭିପୁସ୍ତର ସ୍ଥାପନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ। ମୋହନ ମାଝୀ କହିଛନ୍ତି , ଆମ ଶିଳ୍ପ ନୀତିକୁ ଗ୍ରହଣ କରି ଓଡିଶା ସମ୍ଭାବନାର ରାଜ୍ୟ ହୋଇ ପାରିଛି।

ଟାର୍ଗେଟର ବହୁତ ନିକଟତର ହୋଇପାରିଛୁ । ଗୋଟିଏ କାରଖାନା ଏକ ପ୍ରକଳ୍ପ ନୁହେଁ ଏହା ଆଖପାଖ ଅଞ୍ଚଳ ପାଇଁ ବିକାଶର ପ୍ରତୀକ । ଆମ ସରକାରରେ ଯାହା ପ୍ରତିଶ୍ରୁତି ଦିଆଯାଇଛି ପୂରଣ କରିବାକୁ ଲାଗିଛୁ । ଓଡିଆ ଯୁବକ ଯୁବତୀଙ୍କ ଭାଗ୍ୟ ବଦଳିବ ।ଓଡିଶା ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବାକୁ ଯାଉଛି । ମାତ୍ର ୧୬୫ ଦିନରେ ୮୪ ପ୍ରକଳ୍ପ ଗ୍ରାଉଣ୍ଡିଂ କରି ସାରିଛୁ। ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁନିଶ୍ଚିତ କରାଯାଇଛି। ଆମେ ଶିଳ୍ପ ସହ ଓଡିଆ ଅସ୍ମିତାକୁ ନେଇକି ଚାଲିଛୁ ।ଯେଉଁ ଓଡିଆ ନିବେଶକାରୀ ଅଛନ୍ତି ସେମାନେ ବି ଓଡ଼ିଶାରେ ପ୍ରକଳ୍ପ କରିବାକୁ ମନସ୍ଥ କରୁଛନ୍ତି। ଏହା ସହ ମୋଟ ୭୭୮୯୪ ନିଯୁକ୍ତି ରୁ ୫୬୮୫୯ ଓଡିଆ ଯୁବକ ନିଯୁକ୍ତି ହୋଇଛନ୍ତି । ୮୦ ପ୍ରତିଶତ ଓଡିଆ ଯୁବକ ନିଯୁକ୍ତି ପାଇଛନ୍ତି। ଉତ୍କର୍ଷ ଓଡ଼ିଶାରେ ଯୋଗ ଦେଇଥିବା ନିବେଶକଙ୍କୁ ଗ୍ୟାରେଣ୍ଟି ଦେଇଥିଲେ ପ୍ରଧାନମନ୍ତ୍ରୀ ।ପୂର୍ବ ସରକାରକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବ ସରକାରରେ ମେକ ଇନ ଓଡିଶା କଲେ। ଅନେକ କାର୍ଯ୍ୟକ୍ରମ କରାଯାଇଥିଲା। ସେଥିରେ କେବଳ ଗୋଟିଏ ମାତ୍ର ଲକ୍ଷ୍ୟ ଥିଲା ଯେହେତୁ ଖଣି ଅଧିକ ଅଛି ତେଣୁ ଖଣିଜ ପଦାର୍ଥ ଶିଳ୍ପ ସଂସ୍ଥାକୁ ଆଣିବା । କିନ୍ତୁ ତାହା ବି ଏମ୍‌ଓୟୁରେ ସୀମିତ ରହିଯାଉଥିଲା।ଗ୍ରାଉଣ୍ଡ ବ୍ରେକିଂରେ ଅସଫଳ ହେଉଥିଲେ। ଆମ ସରକାର ଆଜି ୧୬ଟି ସେକ୍ଟରରେ ବିଭିନ୍ନ ଶିଳ୍ପକୁ ଶିଳାନ୍ୟାସ କଲେ। ଆଗରୁ ଓଡ଼ିଶାରେ ବ୍ୟୁରୋକ୍ରଟିକ ଶାସନ ଥିଲା। ଯେଉଁ ବ୍ୟବସ୍ଥାରେ ବିକାଶରେ ପହଂଚିବାକୁ ପ୍ରତିବନ୍ଧକ ଥିଲା। କିନ୍ତୁ ଏବେ ସେ ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *