Spread the love

ଭୁବନେଶ୍ବର: ଓଡ଼ିଶାର ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ଯ ସରକାର। ମୋଟ୍ ୧୧ ଜିଲ୍ଲାର ୨୪ଟି ସ୍ଥାନର ଇଂରାଜୀ ନାମ ମଧ୍ୟ ସଂଶୋଧନ ହେବ। ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି। ଏଣିକି ଓଡ଼ିଆ ନାମ ଅନୁସାରେ ରହିବ ଇଂରାଜୀ ସ୍ପେଲିଙ୍ଗ। ଖୋର୍ଦ୍ଧା ଜିଲ୍ଲାକୁ ଓଡ଼ିଆ ନାମ ଅନୁସାରେ ଖୋରଧା ଲେଖାଯିବ। ଦେବଗଡ଼ ଜିଲ୍ଲାକୁ ଆଉ ଇଂରାଜୀରେ ଦେଓଗଡ଼ ଲେଖାଯିବ ନାହିଁ। କେନ୍ଦ୍ରାପଡ଼ାକୁ କେନ୍ଦ୍ରାପରା ଓ ନୟାଗଡ଼କୁ ନୟାଗର ଲେଖାଯାଉଛି। ମହାକାଳପଡ଼ାକୁ ଆଉ ମହାକାଳପରା ଲେଖାଯିବ ନାହିଁ। ୧୫ ଦିନ ଭିତରେ ଅଭିଯୋଗ କିମ୍ୱା ଆପତ୍ତି ଥିଲେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *