Spread the love

ବଅଁରପାଳରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

ଅନୁଗୋଳ, ୨୮/୦୯: ଅନୁଗୋଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଆଜି ବଅଁରପାଳ ବ୍ଲକ୍‌ରେ ଅନୁଷ୍ଠିତ ହେବ। ସୋମବାର ପୂର୍ବାହ୍ନ ୧୦ଟା ସମୟରେ ବଅଁରପାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହରେ ଏହି ଶୁଣାଣୀ କାର୍ଯ୍ୟକ୍ରମ ହେବ।

ଏହି ଯୁଗ୍ମ ଅଭିଯୋଗ ଶୁଣାଣୀରେ ବଅଁରପାଳ ଅଞ୍ଚଳର ଜନସାଧାରଣ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ପର୍କିତ ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିପାରିବେ।

ବିଭିନ୍ନ ବିଭାଗ ସହ ଜଡ଼ିତ ଅଭିଯୋଗଗୁଡ଼ିକର ଶୁଣାଣୀ କରାଯିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସମସ୍ୟାର ସମାଧାନ ନେଇ ଆବଶ୍ୟକ ପଦକ୍ଷେପ ଓ ନିର୍ଦ୍ଦେଶ ଦିଆଯିବ।

ଜନସାଧାରଣ ନିର୍ଦ୍ଧାରିତ ସମୟରେ ବଅଁରପାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପହଞ୍ଚି ନିଜ ଅଭିଯୋଗ ଦାଖଲ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *