Spread the love

ଓଡ଼ିଶା କୋଲିୟରୀ ମଜଦୂର ସଂଘ ପକ୍ଷରୁ ଜିଏମଙ୍କ ଜରିଆରେ ଏମସିଏଲ ଚେୟାରମ୍ୟାନଙ୍କୁ ଦାବିପତ୍ର

ତାଳଚେର, ୧୮/୦୯ ଓଡ଼ିଶା କୋଲିୟରୀ ମଜଦୂର ସଂଘ(ସୁକ୍ୟୁରିଟି ସର୍ଭିସ୍ ୟୁନିଟ୍‌) ପକ୍ଷରୁ ଏମସିଏଲ ଚେୟାରମ୍ୟାନଙ୍କ ଉଦ୍ଦେଶ୍ୟରେ ୯ଦଫାଦାବି ସମ୍ବଳିତ ଏକ ଦାବିପତ୍ର ଜଗନ୍ନାଥ ଜିଏମଙ୍କୁ ପ୍ରଦାନ କରିଛନ୍ତି । ଦାବି ଗୁଡ଼ିକ – କୋଇଲା ଖଣିରେ ନିଯୁକ୍ତ ସମସ୍ତ ଠିକାସିକ୍ୟୁରିଟି କର୍ମଚାରୀ ଏବଂ ଖଣି କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ଏଚପିସି ହାରରେ ମଜୁରୀ ପ୍ରଦାନ କରିବା ସହ ଗିଫ୍ଟିକାର୍ଡ଼ ପ୍ରଦାନ, ସମସ୍ତ ସିକ୍ୟୁରିଟି କର୍ମଚାରୀମାନଙ୍କୁ ମାସକୁ ୨୬ଦିନ ହାଜିରି ଦିଆଯିବା, ସିକ୍ୟୁରିଟି କର୍ମଚାରୀମାନଙ୍କୁ ଦଶହରା ନିମନ୍ତେ ଏକ୍ସଗ୍ରାସିଆ ପ୍ରଦାନ କରିବା, ସେପ୍ଟେମ୍ବର ମାସର ଦରମା ଦଶହରା ପୂଜା ଉପଲକ୍ଷେ ୩୦/୦୯/୨୦୨୫ ତାରିଖ ସୁଦ୍ଧା ପ୍ରଦାନ କରାଯିବା, ସମସ୍ତ ସିକ୍ୟୁରିଟି ମାନଙ୍କୁ ରେନିକୋର୍ଟ, ଶୀତପୋଷାକ, ଛତା, ଟର୍ଚ୍ଚଲାଇଟ୍‌, ଜୋତା, ପାଣିବୋତାଲ, ଗାମୁଛା ଇତ୍ୟାଦି ଦେବାସହ ଖୋଲା ଜାଗାରେ ଡ଼୍ୟୁଟି କରୁଥିବା ସିକ୍ୟୁରିଟି ପୋଷ୍ଟ ନିର୍ମାଣ କରିବା, ସମସ୍ତ ସିକ୍ୟୁରିଟି କର୍ମଚାରୀମାନଙ୍କୁ ରାତ୍ରୀକାଳୀନ ଯାତାୟତ, ୱାସିଙ୍ଗ ଆଲାଉନ୍ସ, ବାସଗୃହ ନିମନ୍ତେ ସ୍ୱତନ୍ତ୍ର ଭତା ପ୍ରଦାନ, ସମସ୍ତ ସିକ୍ୟୁରିଟି କର୍ମଚାରୀଙ୍କ ସିଏମପିଏଫ ଅନଲାଇନ ସେବା ସହିତ ଯୋଜନାରେ ଦେଖାଯାଉଥିବା ତୃଟି ଗୁଡ଼ିକୁ ତୁରନ୍ତ ସମାଧାନ କରାଯିବା, ସୁପରଭାଇଜର୍ ଏବଂ ଗନମ୍ୟାନ ମାନଙ୍କୁ ଇଏସଆଇ ଏବଂ ବୋନସରେ ଅନ୍ତର୍ଭୂକ୍ତ କରାଯିବା, ଖଣିରେ କାମ କରୁଥିବା ସମସ୍ତ ଠିକାଶ୍ରମିକମାନଙ୍କୁ ବ୍ୟାଙ୍କ ଜରିଆରେ ମଜୁରୀ ଦେବା ଓ ସିଏମପିଏଫ୍ ସ୍କିମରେ ଅନ୍ତର୍ଭୂକ୍ତ କରିବା ସହ ଯୋତା ଏବଂ ଟୋପି ଆଦି ପ୍ରଦାନ କରିବା ଇତ୍ୟାଦି ଦାବିପତ୍ରରେ ଉଲ୍ଲେଖ ରହିଛି । ତେବେ ଏହି ଦାବି ଗୁଡ଼ିକ ଯଥାର୍ଥତା ରହିଥିଲେ ମଧ୍ୟ କେତେ ଦୂର ସଫଳତା ମିଳିବ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିବା ସହ ଏହାର ତୁରନ୍ତ ସମାଧାନ କରିବାନେଇ ସଂଘର ସଭାପତି ଦିଗାମ୍ବର ଗଡ଼ନାୟକ ଓ ସମ୍ପାଦକ ସଞ୍ଜୟ ରାଉତ ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି । ଯଦି ଏହି ଦାବି ଗୁଡ଼ିକ ତୁରନ୍ତ ସମାଧାନ ନହେବ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *