Spread the love

ଓଡିଶା ଅମଲା ସଂଘ ଜିଲ୍ଲା ଶାଖାର ପ୍ରସ୍ତୁତି ବୈଠକ

ଢେଙ୍କାନାଳ, ୨୩/୮: ଓଡିଶା ଅମଲା ସଂଘ ଢେଙ୍କାନାଳ ଜିଲ୍ଲା ଶାଖାର ଏକ ପ୍ରସ୍ତୁତି ବୈଠକ ଦଧିବାମନ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରେ ଜିଲ୍ଲା ସଂଘର ସଭାପତି ଅରୁଣ କୁମାର ବଳିୟାରସିଂହ ସଭାପତିତ୍ୱ କରିଥିଲେ । ସଭାପତି ସଂଘର ଦୀର୍ଘ ଦିନର ଦାବି ଅମଲା ମାନଙ୍କର ଶିକ୍ଷାଗତ ଯୋଗ୍ୟତା ଆଧାରରେ ପ୍ରଦାନ କରିବାକୁ ସରକାର ଅହେତୁକ ବିଳମ୍ବ କରୁଥିବାରୁ ଜିଲ୍ଲାର ସମସ୍ତ ଅମଲାଙ୍କୁ ପୁଣିଥରେ ଏକତ୍ରିତ ହେବାକୁ ଆହ୍ୱାନ କରିଥିଲେ । ସରକାର ୨୦୧୭ ମସିହାରୁ ଅମଲା ମାନଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପୁଟର ଜ୍ଞାନ କରିଥିବା ବେଳେ ଦରମା ଦଶମ ହାରରେ ସରକାର ଦେଉଥିବାରୁ ଏହାର ଦୃଢ ପ୍ରତିବାଦ କରିଥିଲେ ଓ ୨୦୧୭ ରୁ ମୂଳ ଦରମା ଲେବୁଲ୍ -୯ ଆଧାରରେ ପ୍ରଦାନ କରିବାକୁ ଦାବି କରିଥିଲେ । ସଂଘ ର ସମ୍ପାଦକ ଶ୍ରୀ ଗଣେଶ ଚନ୍ଦ୍ର ପୃଷ୍ଟି ଆଜିର ଏହି ବୈଠକ ର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ ଓ ସଂଘ ର ଉଦ୍ଦେଶ୍ୟ ସାଧନ ନିମନ୍ତେ ଆଗାମୀ ଦିନରେ ହବାକୁ ଥିବା ଜିଲ୍ଲା ବୈଠକ ରେ ଯୋଗ ଦେବାକୁ ଆହ୍ୱାନ କରିଥିଲେ । ସଂଘର ଉପସଭାପତି ମାନସ ସାହୁ ସରକାରଙ୍କ ତ୍ରୁଟିପୂର୍ଣ ଆଦେଶ ବଳରେ ଦୀର୍ଘ ଦିନରୁ ଅମଲାମାନଙ୍କର ପଦୋନ୍ନତି ହୋଇପାରୁନାହିଁ ଓ ଅନେକ ଅମଲା ପଦୋନ୍ନତି ରୁ ବଂଚିତ ହୋଇ ଅବସର ନେଉଛନ୍ତି ବୋଲି ନିଜର ଚିନ୍ତା ବ୍ୟକ୍ତ କରିଥିଲେ ଓ ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ନଚେତ ରିଷ୍ଟ୍ରାକଚର ନ କରିବା ପର୍ଯ୍ୟନ୍ତ ଅମଲାଙ୍କ ପାଇଁ ଉଦ୍ଦିଷ୍ଟ ୨୦୧୯ ନୋଟିଫିକେସନକୁ କାର୍ଯ୍ୟକାରୀ କରାଯାଉ । ଏହି ବୈଠକରେ ଜିଲ୍ଲାର ଧରଣୀଧର ମଲ୍ଲିକ, ସତ୍ୟ ସୁନ୍ଦର ସାହୁ, ମାନସ କୁମାର ସାହୁ, ଶ୍ରୀକାନ୍ତ କୁମାର ସର, ଯତୀନ କୁମାର ଦେହୁରୀ, ସୁଦର୍ଶନ ସାହୁ, ଚିତରଞ୍ଜନ ଗଡ଼ନାୟକ, ଚିତରଞ୍ଜନ ମିଶ୍ର, ପ୍ରଭାସ ଚନ୍ଦ୍ର ସେଠି, ଶିବାନନ୍ଦ ବେହେରା, ରଞ୍ଜିତ ପ୍ରଧାନ, ସୁଦର୍ଶନ ସାହୁ, ମାନସ ପତି, ହୃଦାନନ୍ଦ ବେହେରା, ଯୁଗଳ କିଶୋର ଧଳ, ଆଶିଷ ରଞ୍ଜନ ରାଉତ, ବିଦ୍ୟାଧର ସାହୁ, ଅରୁଣ ସାହୁ, ମୋହିନୀ ମୋହନ ମହାନ୍ତି ଆଦି ସବୁ ବିଭାଗର ଅମଲା ପ୍ରତିନିଧୂମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ । ବୈଠକ ଶେଷରେ ଦିଲ୍ଲୀପ କୁମାର ପ୍ରଧାନ ଆଜିର ସଫଳ ବୈଠକ ପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇ ସଭା ସାଙ୍ଗ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *