Spread the love

ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ ର ଅନୁଗୁଳ ଜିଲ୍ଲା କମିଟି ଘୋଷଣା, ସନାତନ ସଭାପତି – ସୁଶୀଲ ସମ୍ପାଦକ ନିର୍ବାଚିତ ଭୁବନେଶ୍ୱର: ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘର ଅନୁଗୁଳ ଜିଲ୍ଲା କମିଟି ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ସରୋଜ କାନ୍ତ ଜେନା ଘୋଷଣା କରିଛନ୍ତି l ୨୦୨୬-୨୭ ବର୍ଷ ପାଇଁ ରାଜ୍ୟ ପରିଷଦ ସଭ୍ୟ ଭାବେ ଶ୍ରୀ ରୁଦ୍ର ମୋହନ ସାହୁ ନିର୍ବାଚିତ ହୋଇଥିବା ବେଳେ ଜିଲ୍ଲା ସଭାପତି ଭାବେ ସନାତନ କର, ଉପସଭାପତି ଭାବେ ସୁମନ୍ତ କୁମାର ସାହୁ, ଜିଲ୍ଲା ସମ୍ପାଦକ ଭାବେ ସୁଶୀଲ କୁମାର ଆଇଚ, ସହ-ସମ୍ପାଦକ ପ୍ରିୟବ୍ରତ ସାମଲ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭାବେ କୃତିବାସ ନାୟକ, ପ୍ରିୟ ମାଧବ ଦାସ ଓ ସୌଭାଗ୍ୟ ନାୟକ ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀ ସରୋଜ କାନ୍ତ ଜେନା ଜଣାଇଛନ୍ତି l ନବ ନିର୍ବାଚିତ ସମସ୍ତ ପଦାଧିକାରୀଙ୍କୁ ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ ତରଫରୁ ଶ୍ରୀ ମନୋଜ ଶତପଥୀ, ରାଜୁ ତିୱାରୀ, ସୁବାସ ଗୁପ୍ତା, ଇନ୍ଦ୍ରାବଳି ମିସ୍ତ୍ରୀ, ହର ହର ଶମ୍ଭୁ କୁମାର ଚୌଧୁରୀ, ଗଣପତି ଦାସ, ତପନ ଦାସ, ଭରତ ଦତ୍ତ ବିଶ୍ୱକର୍ମା, ସନ୍ଦୀପ ଅଗ୍ରୱାଲ, କବିରାଜ ପାତ୍ର, ଜ୍ଞାନ ରଞ୍ଜନ ପାଣିଗ୍ରାହୀ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି l

Leave a Reply

Your email address will not be published. Required fields are marked *