Spread the love

ଓପିଏସସି ରେ ଭଟଲିର ଲୋଚନଙ୍କ ସଫଳତା

ଭଟଲି:- ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତଗର୍ତ ନୂଆଗଡ ଗ୍ରାମର ଲୋଚନ ଭୁଏ ଓଡିଶା ସିଭିଲ ସର୍ଭିସ୍ ପରୀକ୍ଷାରେ କୃତୀତ୍ଵ ଅର୍ଜନ କରିଛନ୍ତି।ସେ ୩୮୧ ରେଙ୍କ ରେ ଉତ୍ତୀର୍ଣ୍ଣ ହୋଇ ଓଡିଶା ପ୍ରଶାସନିକ ସେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏ ଖବର ପାଇ ଭଟଲି ଅଞ୍ଚଳରେ ତଥା ତାଙ୍କ ବନ୍ଧୁ ପରିଜନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।ତାଙ୍କ ପିତା ସହଦେବ ଭୁଏ ଭଟଲି ବ୍ଲକ୍ ଅନ୍ତର୍ଗତ କାନକବିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିବା ବେଳେ ମାତା ଅହଲ୍ୟା ଭୁଏ ଗୃହଣୀ ଅଟନ୍ତି। ଲୋଚନ ଭୁଏ ଭଟଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ପଞ୍ଚମ ଶ୍ରେଣୀ ଅଧ୍ୟୟନ ପରେ ସୈନିକ ବିଦ୍ୟାଳୟ ଭୁବନେଶ୍ୱର ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଓ ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଯାନ୍ତ୍ରିକ ବିଶ୍ବ ବିଦ୍ୟାଳୟ ରେ ସିଭିଲ ଇଞ୍ଜିନିୟରିଂ ଶିକ୍ଷା ଶେଷ କରି ଓପିଏସସି ପାଇଁ ପ୍ରସ୍ତୁତି କରି ଦ୍ଵିତୀୟ ସୁଯୋଗ ରେ ଏହି କୃତୀତ୍ବ ହାସଲ କରିଛନ୍ତି। ତାଙ୍କ ସଫଳତା ପଛରେ ଭଗବାନଙ୍କ ଆଶୀର୍ବାଦ ତଥା ଗୁରୁଜନ ଓ ପିତା ମାତାଙ୍କ ପ୍ରେରଣା କୁ ଶ୍ରେୟ ଦେଇଛନ୍ତି।

Leave a Reply

Your email address will not be published. Required fields are marked *