Spread the love

ଓ.ପି. ଜିନ୍ଦଲ ସ୍କୁଲ, ଅନୁଗୁଳର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅନୁଗୁଳ, ୨୧.୧୨.୨୦୨୫ :୧୯ ଓ ୨୦ତାରିଖ ଦୁଇ ଦିନ ଧରି ଜିନ୍ଦଲ ନଗର ସ୍ଥିତ ଓ.ପି. ଜିନ୍ଦଲ ସ୍କୁଲର ବାର୍ଷିକ ଉତ୍ସବ ‘ମିଲାଞ୍ଜ ‘ ଓ ‘ପୁନରଭାରତ’ ଇଡେନ ଗାର୍ଡେନ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅତି ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି |ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିନ୍ଦଲ ମହିଳା ସମିତିର ସଭାପତି ଶ୍ରୀମତୀ ସୀମା ମଲହାନ ଓ ଶ୍ରୀମତୀ ଅନିତା ମିତ୍ତଲ,ସମ୍ମାନିତ ଅତିଥି ଭାବେ ଜିନ୍ଦଲ ଷ୍ଟିଲର ଉପ-ସଭାପତି ତଥା ପ୍ରଶାସନିକ ମୁଖ୍ୟ କର୍ଣ୍ଣେଲ ସୁଦୀପ ମାଜୀ ଯୋଗ ଦେଇଥିବା ବେଳେ ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଅନୁଗୁଳର ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାହୁଲ ଜୈନ, ସମ୍ମାନିତ ଅତିଥି ଭାବେ ଜିନ୍ଦଲ ଷ୍ଟିଲ, ଅନୁଗୁଳର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇନଚାର୍ଜ) ତଥା ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ପଙ୍କଜ ମଲହାନ, ଜିନ୍ଦଲ ଷ୍ଟିଲ, ଅନୁଗୁଳର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ ଓ ଆଇରନ ଜୋନ) ତଥା ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷ ଶ୍ରୀ ଦାମୋଦର ମିତ୍ତଲ, ଜିନ୍ଦଲ ଷ୍ଟିଲ, ଅନୁଗୁଳର ମାନବ ସମ୍ବଳ ବିଭାଗର ସଭାପତି ତଥା ସି.ଏଚ.ଆର.ଓ. ଶ୍ରୀ ଦିଲ୍ଲୀପ କୁମାର ସିହ୍ନା ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିଲେ |ଅତିଥିମାନେ ତାଙ୍କ ଅଭିଭାଷଣ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତର ମାର୍ଗଦର୍ଶାଇବା ସହ କଠିନ ପରିଶ୍ରମ କରି ସଫଳତା ହାସଲ ସହ ଆଗାମୀ ଦିନରେ ଉତ୍ତମ ମଣିଷ ହେବାକୁ ପରାମର୍ଶ ଦେଇଥିଲେ | ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ବିଦ୍ୟାଳୟର ପ୍ରୟାସକୁ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ | ବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଶ୍ୱିନୀ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ |ପ୍ରଥମ ସନ୍ଧ୍ୟାରେ ”ମିଲାଞ୍ଜ” ଉତ୍ସବରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୦୦ ଜଣ ଛାତ୍ର ଛାତ୍ରୀ ଏବଂ ଦ୍ୱିତୀୟ ସଂଧ୍ୟାର ‘ପୁନରଭାରତ’ ଉତ୍ସବରେ ଷଷ୍ଠ ଶ୍ରେଣୀ ଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୦୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ | ପ୍ରଥମ ସନ୍ଧ୍ୟାରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୫ଜଣ ଛାତ୍ରଛାତ୍ରୀ ଏବଂ ଦ୍ୱିତୀୟ ସନ୍ଧ୍ୟାରେ ଷଷ୍ଠ ଶ୍ରେଣୀ ଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧୨୫ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ବିଭିନ୍ନ କ୍ଷେତ୍ରରେ ବିଶେଷ ସଫଳତା ପାଇଁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ |ଏହି ଅବସରରେ ନିଟ, ଜେଇ ମେନ ଓ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା | ସେହିପରି ବେଷ୍ଟ ହାଉସ (ସିସିଏ) ସରୋଜିନୀ ହାଉସ, ବେଷ୍ଟ ହାଉସ (ଏକାଡେ଼ମିକ) ଆଜାଦ ହାଉସ, ଏବଂ ବେଷ୍ଟ ହାଉସ (ସାମଗ୍ରିକ) ରାମାନୁଜନ ହାଉସକୁ ବିଜୟୀ ଏବଂ ବେଷ୍ଟ ହାଉସ (ସାମଗ୍ରିକ) ଭାବେ ସରୋଜିନୀ ହାଉସକୁ ରନର୍ସ ଅପ ଘୋଷଣା କରାଯାଇ ଅତିଥିମାନେ ଟ୍ରଫି ପ୍ରଦାନ କରିଥିଲେ |ଉଭୟ ସନ୍ଧ୍ୟାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ସହ ବିଭିନ୍ନ ଚିତାକର୍ଷକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଉଭୟ ସନ୍ଧ୍ୟାରେ ବିଦ୍ୟାଳୟର ଉପାଧ୍ୟକ୍ଷ ଡଃ ଅରୁଣ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ, ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *