Spread the love

ଭୂବନେଶ୍ୱର: କଂଗ୍ରେସ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କୋଷାଧ୍ୟକ୍ଷ, ଉପାଧ୍ୟକ୍ଷ, ସାଧାରଣ ସମ୍ପାଦକ ଏବଂ ସମ୍ପାଦକଙ୍କ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ। ଯାହାପରେ ଶନିବାର ଦିନ ୩୦ ଜଣିଆ ନୂତନ ପଦାଧିକାରୀ ଦଳ ନିଯୁକ୍ତ କରିଛି ଓପିସିସି।

କଂଗ୍ରେସ ଅଧ୍ୟକ୍ଷ ଓପିସିସି ପାଇଁ ସାତ ଜଣ ଉପାଧ୍ୟକ୍ଷ, ୧୦ ଜଣ ସାଧାରଣ ସମ୍ପାଦକ, ୧୨ ଜଣ ସମ୍ପାଦକ ଏବଂ ଜଣେ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତ କରିଥିବା ନେଇ ଜଣାପଡ଼ିଛି।

ତେବେ ରାଜ୍ୟ କଂଗ୍ରେସ ଦଳର ନୂତନ କୋଷାଧ୍ୟକ୍ଷ ଭାବରେ ସିଦ୍ଧାର୍ଥ ସ୍ୱରୂପ ଦାଶଙ୍କୁ ଚୟନ କରିଥିବା ବେଳେ ପାଞ୍ଚ ଥର ବିଧାୟକ ହୋଇ ସାରିଥିବା ତାରାପ୍ରସାଦ ବାହିନୀପତି, ତିନିଥର ବିଧାୟକ ଥିବା ରମେଶ ଜେନା, ଦୁଇଥର ବିଧାୟକ ଥିବା ସି ଏସ୍ ରାଜେନ ଏକ୍କା ଏବଂ ପୂର୍ବତନ ବିଧାୟକ ସନ୍ତୋଶ ସିଂ ସାଲୁଜା, ଦେବଶିସ୍ ପଟ୍ଟନାୟକ ଏବଂ ଲଲାଟେନ୍ଦୁ ମହାପାତ୍ରଙ୍କୁ ଓପିସିସିର ଉପାଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।ଅପରପକ୍ଷରେ ବିଧାୟକ ଅଶୋକ ଦାସ, ମଙ୍ଗୁ ଖିଲା, ପବିତ୍ର ସାଉନ୍ତା, ନୀଳମାଧବ ହିକକା ଏବଂ ଯୁବ ନେତା ସୟଦ ୟାସିର ନୱାଜଙ୍କୁ ଓପିସିସିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି। ଏଆଇସିସି ସତ୍ୟଜିତ ଗୋମାଙ୍ଗୋ ଓ ସନ୍ତୋଷ ପ୍ରଧାନଙ୍କୁ ଯଥାକ୍ରମେ ସୋସିଆଲ ମିଡିଆ ବିଭାଗର ଚେୟାରମେନ ଏବଂ କୋ-ଚେୟାରମେନ ଭାବରେ ନିଯୁକ୍ତି ଦିଆଯାଇଛି। ତେବେ ଗତ ୨୦୨୪ ମସିହାରେ ଓଡ଼ିଶାରେ ଲୋକସଭା ଓ ବିଧାନସଭା ଉଭୟ ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପରେ କଂଗ୍ରେସ ଅଧ୍ୟକ୍ଷ ଓପିସିସିର ସମସ୍ତ ସାଂଗଠନିକ କମିଟିକୁ ଭାଙ୍ଗି ଦେଇଥିଲା ।ଏହା ପରେ ଚଳିତ ବର୍ଷ ଫେବୃଆରୀରେ ମାସରେ ଦଳ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସଙ୍କୁ ଓପିସିସିର ସଭାପତି ଭାବରେ ନିଯୁକ୍ତ କରିଥିଲା।

Leave a Reply

Your email address will not be published. Required fields are marked *