Spread the love

କଂଗ୍ରେସ୍ ପକ୍ଷରୁ ବିକ୍ଷୋଭ ଓ ୧୨ଘଂଟିଆ ତାଳଚେର ବନ୍ଦ ଡ଼ାକରା
଼ତାଳଚେର, ୦୮/୧୦ ଜାତୀୟ କଂଗ୍ରେସ୍ ପକ୍ଷରୁ ତାଳଚେର ଉପଖଣ୍ଡରେ ୪ଦଫା ଦାବିନେଇ ଆଜି ବିକ୍ଷୋଭ ଓ ତାଳଚେର ବନ୍ଦ ଡ଼ାକରା ଦିଆଯାଇଥିଲା । ସେମାନଙ୍କର ଏମଏମଡ଼ିଆର ଅଧିନିୟମ ୨୦୨୬, କଳା ଆଇନ ପ୍ରତ୍ୟାହାର, ମୁଖ୍ୟନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଓଡ଼ିଶା ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ମୁଖ୍ୟ ରହିଥିଲା । ସକାଳୁ କଂଗ୍ରେସ୍ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଙ୍ଗ କରି ଖଣି ବନ୍ଦ କରିଥିବା ବେଳେ ରାସ୍ତାରେ ଯାନବାହାନ ଚଳାଚଳକୁ ନିଷେଧ କରିଥିଲେ । ଫଳରେ ଟ୍ରକ ଗୁଡ଼ିକ ରାସ୍ତାରେ ଦୀର୍ଘ ସମୟ ଠିଆହୋଇ ରହିଥିବା ଦେଖାଯାଇଥିଲା । କଂଗ୍ରେସ ପକ୍ଷରୁ ଏହି ବନ୍ଦରେ ଦୋକାନ ବଜାର, ବ୍ୟାଙ୍କ ଇତ୍ୟାଦି ବନ୍ଦ ରହିଥିଲା । ଏହାକୁ ନେଇ ପ୍ରଶାସନ ପକ୍ଷରୁ ପୋଲିସ୍ ବ୍ୟସ୍ଥା କଡ଼ାକଡ଼ି କରାଯାଇଥିଲା । ଆଜିର ଏହି ବନ୍ଦ ପାଳନରେ ଖଣିରୁ କୋଇଲା ଉତୋଳନ ଓ ପରିବହନ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ପୁନଶ୍ଚ ସ୍ୱାଭାବିକ ହୋଇଥିଲା । ବସ ଚଳାଚଳ ବନ୍ଦ ରହିବା ଯୋଗୁଁ ଯାତ୍ରୀମାନେ ହଇରାଣ ହରକତ ହୋଇଥିଲା । ଏହି ବନ୍ଦ ପାଳନ କାର୍ଯ୍ୟକ୍ରମରେ ତାଳଚେର କଂଗ୍ରେସ୍ ନେତାଙ୍କ ସହିତ କର୍ମୀମାନଙ୍କ ପକ୍ଷରୁ ପିକେଟିଙ୍ଗ କରାଯାଇଥିଲା । ଏହି ବିକ୍ଷୋଭ ଓ ବନ୍ଦ ପାଳନରେ ତାଳଚେର ଉପଖଣ୍ଡରେ କୌଣସି ଅଘଟଣ ଘଟିନଥିବା ମଧ୍ୟ ବିଶେଷ ସୂତ୍ରରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *