Spread the love

ଭୁବନେଶ୍ବର: ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ପୂର୍ବରୁ ସଭାପତି ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ବିଜେଡିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବଜେଟ୍ ଅଧିବେଶନକୁ ଗମ୍ଭୀରତାର ସହ ନେଇ ସରକାରଙ୍କ ବିଫଳତା ବିରୋଧରେ ସବୁ ସ୍ତରରେ ଲଢ଼ିବାକୁ ସେ ଆହ୍ୱାନ କରିଛନ୍ତି।ବର୍ତ୍ତମାନର ଡବଲ୍ ଇଞ୍ଜିନ୍ ସରକାର କେବଳ ବଡ଼ ବଡ଼ ଭାଷଣ ଓ ଫଟୋ ଉଠାରେ ବ୍ୟସ୍ତ।

ହେଲେ ଆମ ଚାଷୀମାନେ ଶୀତ, କାକରରେ ନିଜ ଅମଳ ଧାନକୁ ମଣ୍ଡିରେ ରାତି ଅନିଦ୍ରା ହୋଇ ଜଗି ବସିଛନ୍ତି। ରାଜ୍ୟର ଏକମାତ୍ର ଦଳ ଭାବେ ବିଜୁ ଜନତା ଦଳ ଚାଷୀଙ୍କ ସହ ସବୁବେଳେ ଠିଆ ହୋଇଛି ଏବଂ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ଲଢ଼େଇ କରୁଛି। ଦୀର୍ଘ ଏକ ମାସ ଧରି ବିଜେଡି ରାଜରାସ୍ତାରେ ଜୋରଦାର ପ୍ରତିବାଦ ଜାରି ରଖିଛି। ବିଶାଳ ରାଲି ଏବଂ ପ୍ରତିବାଦ ସଭା ମାଧ୍ୟମରେ ଲୋକଙ୍କ ସ୍ୱର ଶାଣିତ କରୁଥିବାରୁ ସଭାପତି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।କିଛି ଦିନ ତଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମଣ୍ଡିରେ ହେଉଥିବା ବେଆଇନ କଟନୀ-ଛଟନୀ, ଇନପୁଟ୍ ସବସିଡିରେ ୧୫୦ କ୍ୱିଣ୍ଟାଲର ସିଲିଙ୍ଗ ସୀମା, ଅଭାବୀ ବିକ୍ରୀ, ଧାନର ମୂଲ୍ୟ ପ୍ରଦାନରେ ବିଳମ୍ବ ଏବଂ ମଣ୍ଡିରେ ଚାଷୀଙ୍କୁ ଦିଆଯାଉଥିବା ନିର‌୍ୟାତନା ନେଇ ସଭାପତି ତଥା ବିରୋଧୀ ଦଳ ନେତା ଉଦବେଗ ପ୍ରକାଶ କରିଥିଲେ।ବିଧାନସଭାରେ ସରକାରଙ୍କୁ ନିଜ ବିଫଳତା ପାଇଁ ଉତ୍ତରଦାୟୀ କରାଯିବ। ଯଦି ଚାଷୀଙ୍କ ସ୍ୱର ମଣ୍ଡିରେ ଶୁଣା ନଯାଏ ତେବେ ଏହା ବିଧାନସଭାରେ ଗୁଞ୍ଜରିତ ହେବ। ଏହି ସରକାର କେବଳ ଚାଷୀଙ୍କୁ ନିରାଶ କରି ନାହିଁ ବରଂ ଓଡ଼ିଶାର ଅର୍ଥନୈତିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି ବୋଲି ବିଜେଡି କହିଛି।ଡିସେମ୍ବର ସୁଦ୍ଧା ସରକାର ବଜେଟର ପାଖାପାଖି ୪୭% ହିଁ ଖର୍ଚ୍ଚ କରିଛନ୍ତି। ଏପରି କି ଅନେକ ବିଭାଗର ବିଗତ ୧୦ ମାସର ଖର୍ଚ୍ଚ ୧୫%ରୁ ବି କମ୍ ରହିଛି। ଏହା ସ୍ପଷ୍ଟ କରୁଛି, ଲୋକେ ନିଜର ହକ୍ ପାଇବାରୁ ବଞ୍ଚିତ ହେଉଛନ୍ତି। ରାଜ୍ୟରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ଆଇନଶୃଙ୍ଖଳା ସ୍ଥିତି ମଧ୍ୟ ବଡ଼ ଚିନ୍ତାର ବିଷୟ। ମହିଳା ହୁଅନ୍ତୁ କି ଶିଶୁ, ଦିନ ଦ୍ଵିପହରରେ ବି କେହି ସୁରକ୍ଷିତ ନାହାନ୍ତି ବୋଲି ବିଜେଡି କହିଛି।ବିଜେଡି ପୁଣି କହିଛି ଯେ, ମହାନଦୀ ସମସ୍ୟା ଏବେ ଯାଏଁ ସମାଧାନ ହୋଇପାରିଲା ନାହିଁ। ଏନେଇ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ବା ଗମ୍ଭୀରତା ମଧ୍ୟ ନାହିଁ, ସବୁ ଛତିଶଗଡ଼ ସରକାରଙ୍କ ହାତରେ ଛାଡ଼ି ଚୁପ୍ ବସିଛନ୍ତି। ସରକାର କେବଳ ନିଜର ମିଛ ପ୍ରଚାରକୁ ଛାଡ଼ି ଆଉ ସବୁଥିରେ ଫେଲ୍ ହୋଇଛନ୍ତି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ବଜେଟ୍ ଅଧିବେଶନରେ ଚାଷୀ, ମହିଳା, ଛାତ୍ରଛାତ୍ରୀ ତଥା ଓଡ଼ିଆ ଅସ୍ମିତାର ସୁରକ୍ଷା କବଚ ହୋଇ ବିଜୁ ଜନତା ଦଳ ଦୃଢ଼ତାର ସହ ସ୍ୱର ଉଠାଇବ।ବର୍ତ୍ତମାନର ଡବଲ୍ ଇଞ୍ଜିନ୍ ସରକାର କେବଳ ବଡ଼ ବଡ଼ ଭାଷଣ ଓ ଫଟୋ ଉଠାରେ ବ୍ୟସ୍ତ। ହେଲେ ଆମ ଚାଷୀମାନେ ଶୀତ, କାକରରେ ନିଜ ଅମଳ ଧାନକୁ ମଣ୍ଡିରେ ରାତି ଅନିଦ୍ରା ହୋଇ ଜଗି ବସିଛନ୍ତି। ରାଜ୍ୟର ଏକମାତ୍ର ଦଳ ଭାବେ ବିଜୁ ଜନତା ଦଳ ଚାଷୀଙ୍କ ସହ ସବୁବେଳେ ଠିଆ ହୋଇଛି ଏବଂ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ଲଢ଼େଇ କରୁଛି। ଦୀର୍ଘ ଏକ ମାସ ଧରି ବିଜେଡି ରାଜରାସ୍ତାରେ ଜୋରଦାର ପ୍ରତିବାଦ ଜାରି ରଖିଛି। ବିଶାଳ ରାଲି ଏବଂ ପ୍ରତିବାଦ ସଭା ମାଧ୍ୟମରେ ଲୋକଙ୍କ ସ୍ୱର ଶାଣିତ କରୁଥିବାରୁ ସଭାପତି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *