କନକବିରା କ୍ଲଷ୍ଟର୍ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ
ଭଟଲି :- ଭଟଲି ବ୍ଳକ୍ କନକବିରା କ୍ଲଷ୍ଟର୍ସ୍ତରୀୟ ଶିଶୁ ମହୋତ୍ସବ‘ସୁରଭି’ କାର୍ଯ୍ୟକ୍ରମ କେଲେଣ୍ଡାପାଲି ବଜାର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି | କୃଷ୍ଣକେଦାର
ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ
କାର୍ଯ୍ୟକ୍ରମରେ କେଲେଣ୍ଡାପାଲି
ସରପଞ୍ଚ ସୁବ୍ରତ ବାଗ ମୁଖ୍ୟ ଅତିଥି, କେଶାଇପାଲି ସରପଞ୍ଚ ସୁପାଳ ସାହୁ, କେଲେଣ୍ଡାପାଲି ପିଇଓ ଲଳିତ ମୋହନ ଭୋସାଗର, ଅବସରପ୍ରାପ୍ତ ପଞ୍ଚାୟତ ନିର୍ବାହୀ ଅଧିକାରି ଉମେଶ ସେଠ୍, ସିଆରସିସି
ସଞ୍ଜୟ ସାହୁ, ଗୁପ୍ତଚନ୍ଦ୍ର ରାଏ, ବ୍ଲକ୍ ଶିକ୍ଷକ ସଂଘର ସଭାପତି ଯୋଗେଶ୍ବର ପଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ
କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ନିମାଇଁ ଚରଣ ପତି ଓ କୃପାସିନ୍ଧୁ ପ୍ରଧାନ ମଞ୍ଚ
ପରିଚାଳନା କରିଥିଲେ। ସୁଶାନ୍ତ ସା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରମୋଦ ଜେନା, ସହଦେବ ଭୁଏ, କୈଳାସ ଦାଶ, ଯାମିନୀ ବିଶ୍ବାଳ, ଖେମେଶ୍ବରୀ ଲୁହା, ନଳିନୀ କୁଅଁର, ସୁଚିତ୍ରା ମିର୍ଦ୍ଧା, ଛନ୍ଦାଚରଣ ଦେହେରୀ, ବରଦା ଚରଣ ବେହେରା,
ସ୍ବାଧୀନ ଦାଶ, ଇନ୍ଦ୍ରଜିତ ଭୁଏ, ମୋହନ ସା’ଙ୍କ ସମେତ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର
ଶିକ୍ଷକ, ଶିକ୍ଷୟିତ୍ରୀ, ଏସ୍ଏମ୍ସି ସଦସ୍ୟ ତଥା ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ |
