Spread the love

ମାଇ ଭାରତ ଢେଙ୍କାନାଲ ତରଫରୁ ଆନ୍ତର୍ଜାତିକ ବିପର୍ଯ୍ୟୟ ବିପଦ ହ୍ରାସ ଦିବସ ପାଳିତ

ମାଇ ଭାରତ ଢେଙ୍କାନାଳ ଆନୁକୂଲ୍ୟରେ ଢେଙ୍କାନାଳ ର କୁଞ୍ଜକାନ୍ତ ଠାରେ ବିପର୍ଯ୍ୟୟ ସମୟରେ ବିପଦ କୁ ହ୍ରାସ କରିବା ପାଇଁ କିଭଳି ଛୋଟ ଏକ ଉପସ୍ଥିତ ବୁଦ୍ଧି କାର୍ଯ୍ୟ କରିଥାଏ।ସେହି ବିଷୟରେ ଅବଗତ କରାଯାଇଥିଲା।ମଞ୍ଚାସିନ ଅତିଥି ମାନେ ଏହା ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ ଯେ ସିଏ ଛୋଟ ହୁଅନ୍ତୁ କିମ୍ବା ବଡ଼ ହୁଅନ୍ତୁ ବିପଦ ସମସ୍ତ ଙ୍କ ପାଇଁ ସମାନ ।ତେଣୁ ଆମେ ସମସ୍ତେ କିଭଳି ବିପଦରୁ ନିଜକୁ ରକ୍ଷା କରି ପାରିବା ତାହାର କେତେକ ଉଦ୍ଧାର କାର୍ଯ୍ୟ କରିବାର ପ୍ରକ୍ରିୟା ସିଭିଲ ଡିଫେନ୍ସ ର ଚିନ୍ମୟ କୁମାର ବେହେରା ଓ ସୁଜିତ୍ କୁମାର ବେହେରା ଉଦ୍ଧାର କାର୍ଯ୍ୟ ର ପ୍ରକ୍ରିୟା କରଣ କରି ସମସ୍ତଙ୍କୁ ଶିଖାଇ ଥିଲେ।ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ ବିପ୍ରବର ବେହେରା।

 

Leave a Reply

Your email address will not be published. Required fields are marked *