Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କନିଷ୍ଟ ମହାବିଦ୍ୟାଳୟ ପକ୍ଷରୁ ବିଶ୍ଵ ବନ୍ୟଜନ୍ତୁ ସଂରକ୍ଷଣ ସପ୍ତାହ ପାଳିତ

(ଜେ ବି ଏନ /ସୁଶାନ୍ତ କୁମାର) ୧୦/୦୩/୨୦୨୧ ଅନୁଗୋଳ : ଆଞ୍ଚଳିକ ଉଚ୍ଚତର ବିଦ୍ୟାଳୟ ତଳମୂଳ ୟୁକୋ କ୍ଲବ ତରଫରୁ ବିଶ୍ୱ ବନ୍ୟଜନ୍ତୁ ସଂରକ୍ଷଣ ସପ୍ତାହ ଉପଲକ୍ଷେ ଏକ ସଚେତନତା ସଭା ଆୟୋଜିତ ହୋଇଯାଇଛି। ପରିବେଶ ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷିତ ରହିଲେ ହିଁ ପ୍ରକୃତି ର ସନ୍ତୁଳନ ସ୍ଥିର ରହିବ। ଜଙ୍ଗଲରେ ନିଆଁ ଲଗାଇ ବନ୍ୟଜନ୍ତୁ ତଥା ମୂଲ୍ୟବାନ ଔଷଧୀୟ ବୃକ୍ଷ ଶୁଳ୍କ କୁ ନଷ୍ଟ କରିବା ଦ୍ୱାରା ପରିବେଶ ର ସନ୍ତୁଳନ ପ୍ରତି ଏକ ଆହ୍ଵାନ ସ୍ରୁଷ୍ଟି କରିଛି। ବନ୍ୟଜନ୍ତୁ ସୁରକ୍ଷିତ ରହିଲେ ଜଙ୍ଗଲ ତଥା ପ୍ରକୃତି ସୁରକ୍ଷୀତ ରହିବ।

ଏସିଆ ମହାଦେଶର ଦ୍ବିତୀୟ ବୃହତ୍ତମ ଜୈବ ମଣ୍ଡଳ ଶିମିଳିପାଳ ତଥା ଅନ୍ୟ ସମସ୍ତ ଜଙ୍ଗଲ ପୋଡି ଯୋଗୁଁ ପ୍ରକୃତି ସମ୍ପୂର୍ଣ୍ଣ ସଂଙ୍କଟ ପୂର୍ଣ୍ଣ ରହିଛି। ବୋଲି ଉକ୍ତ ସଚେତନତା ସଭା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଗୋଳ ସ୍ଥିତ ବନ୍ତଳା ର ବନଖଣ୍ଡ ଅଧିକାରୀ ଶ୍ରୀ ମାଧବ ଚନ୍ଦ୍ର ନାୟକ ନିଜର ଅଭିଭାଷଣ ପ୍ରଦାନ। ଉକ୍ତ ସଭାରେ ମୁଖ୍ୟ ବକ୍ତା ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ନୟନ କୁମାର ଜେନାମଣି ଜଙ୍ଗଲ ର ଉପକାରିତା ସମ୍ବନ୍ଧ ରେ ଛାତଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ୟୁକୋ କ୍ଳବ ର ପ୍ରୋଗ୍ରାମିଂ ଅଧିକାରୀ, ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଶ୍ରୀ ବିଶ୍ଵଜିତ କେସରୀ ବିଶ୍ଵାଳ, ୟୁକୋ କ୍ଲବ ର ଲକ୍ଷ୍ୟ ଉଦ୍ଦେଶ୍ୟ ତଥା ଛାତ୍ରଛାତ୍ରୀ ଙ୍କ ଭୂମିକା ଉପରେ ଆଲୋକ ପାତ କରିଥିଲେ। ଉକ୍ତ ସଭାରେ ବରିଷ୍ଟ ସଂସ୍କୃତି ଅଧ୍ୟାପକ ଶ୍ରୀ ଚୈତନ୍ୟ କୁମାର ସାହୁ ପରିବେଶ ସମ୍ପର୍କକରେ ପିଲା ମନଙ୍କୁ ସଚେତନତା କରାଇଥିଲେ। ପ୍ରୋଗ୍ରାମ କୋଅର୍ଡିନେଟର ଶ୍ରୀମତୀ ତପସ୍ଵିନୀ ପାଣି ଅତିଥି ପରିଚୟ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ତଳମୂଳ ବନଖଣ୍ଡ ଅଞ୍ଚଳର ଫରେଷ୍ଟ ଗାର୍ଡ ନିରୁପମା ନାୟକ, ଭାଗ ନେଇଥିଲେ। ତର୍କ ଓ ଦର୍ଶନ ବିଭାଗର ଅଧ୍ୟାପକ ମାନସ ରଞ୍ଜନ ଦାସ ୟୁକୋ କ୍ଲବ ର ସଂକଳ୍ପ ପାଠ କରିଥିଲେ ଓ ଶ୍ରୀ ଯୋଗେନ୍ଦ୍ର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ୟୁକୋ କ୍ଲବ ର ସଦସ୍ୟ ମଧୁସୂଦନ ଦାସ, ସତ୍ୟଜିତ ମହାପାତ୍ର, ପ୍ରଦୀପ କୁମାର ପରିଡା, ମନୋଜ ସାହୁ, ଅବନୀକାନ୍ତ ସାହୁ, ଟଙ୍କଧର ଭୁତିଆ ପ୍ରମୂଖ ଭାଗ ନେଇଥିଲେ। ପ୍ରାରମ୍ଭ ରେ ବୃକ୍ଷରୋପଣ କରିବା ସହ ସଚେତନତା ର ଏକ ରାଲି ଆୟୋଜନ କରାଯାଇଥିଲା ଏବଂ ୟୁକୋ କ୍ଲବ ର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ।