କଟକ, ୩୦/୯: ଓଡ଼ିଶା ଟି-୨୦ ଲିଗ୍—ସିଏମ୍ ଟ୍ରଫିର ଚାମ୍ପିଅନ୍ ହେବା ପାଇଁ ଏବେ ଶେଷ ଲଢ଼େଇ। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍ରେ ବୁଧବାର ସନ୍ଧ୍ୟାରେ ଟାଇଟଲ୍ ପାଇଁ ମୁହାଁମୁହିଁ ହେବେ କେନ୍ଦୁଝର ମାଇନର୍ସ ଓ ସମ୍ବଲପୁର ୱାରିୟର୍ସ।
ଲିଗ୍ ପର୍ଯ୍ୟାୟରେ ଦମଦାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲ୍ର ଶୀର୍ଷରେ ରହିଥିବା କେନ୍ଦୁଝର ମାଇନର୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି। ଅନ୍ୟପଟେ ଫାଇନାଲ୍ ଟିକେଟ୍ ପାଇଁ ହୋଇଥିବା କ୍ୱାଲିଫାୟର୍ରେ ଭୁବନେଶ୍ୱର ଟାଇଗର୍ସକୁ ୯ ରନ୍ରେ ହରାଇ ସମ୍ବଲପୁର ୱାରିୟର୍ସ ନିଜ ସ୍ଥାନ ପକ୍କା କରିଛି।
ଫାଇନାଲ୍ ପୂର୍ବରୁ କେନ୍ଦୁଝର ମାଇନର୍ସ ଶିବିରରେ ଆତ୍ମବିଶ୍ୱାସ ଭରି ରହିଛି। ଅଧିନାୟକ ସୁଭ୍ରାଂଶୁ ସେନାପତି କହିଛନ୍ତି ଯେ ଫାଇନାଲ୍କୁ ଏକ ଗୁରୁତ୍ୱପୂ
