Spread the love

କନ୍ଧମାଳରୁ ଭୁବନେଶ୍ୱର ଯାଉଥିଲା ଗଞ୍ଜେଇ, ବ୍ରହ୍ମପୁରରେ ଧରିଲା ଅବକାରୀ ବିଭାଗ; ୧୯୫ କେଜି ଜବତ, ୩ ଗିରଫ

ବ୍ରହ୍ମପୁର: କନ୍ଧମାଳରୁ ଭୁବନେଶ୍ୱର ଅଭିମୁଖେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ। ବ୍ରହ୍ମପୁର ଫାଷ୍ଟଗେଟ୍‌ ନିକଟରେ ଚଢ଼ାଉ କରି ଦୁଇଟି ଦାମୀ କାରରୁ ୧୯୫ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ, କନ୍ଧମାଳ ଅଞ୍ଚଳରୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ପୂର୍ବରୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ଅବକାରୀ ଟିମ୍‌ ବିଭିନ୍ନ ସ୍ଥାନରେ ନଜର ରଖିଥିଲା।

ଫାଷ୍ଟଗେଟ୍‌ ନିକଟରେ ଦୁଇଟି ସନ୍ଦେହଜନକ କାରକୁ ଅଟକାଇବାକୁ ଉଦ୍ୟମ କରିବା ସମୟରେ ଚାଲାଣକାରୀମାନେ ଗାଡ଼ି ଦ୍ରୁତ ଗତିରେ ନେଇ ଖସିଯିବାକୁ ଚେଷ୍ଟା କରିଥିଲେ। ତେବେ ଅବକାରୀ ଟିମ୍‌ ପିଛା କରି ଉଭୟ କାରକୁ କାବୁ କରିଥିଲା।

ପରେ ଗାଡ଼ି ଦୁଇଟିରେ ତଲାସି କରାଯିବାରୁ ୧୯୫ କେଜି ଗଞ୍ଜେଇ, ଦୁଇଟି କାର ଏବଂ କିଛି ମୋବାଇଲ୍‌ ଫୋନ୍‌ ଜବତ ହୋଇଥିଲା। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରି ଅବକାରୀ ବିଭାଗ ପଚରାଉଚରା ଜାରି ରଖିଛି।

ଜବତ ଗଞ୍ଜେଇ କେଉଁ ଅଞ୍ଚଳରୁ ଆସିଥିଲା, ଏହା କେଉଁଠାକୁ ଚାଲାଣ ହେଉଥିଲା ଏବଂ ଏହି ରାକେଟ୍‌ ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି—ସେନେଇ ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *