Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

 ନିଆଡମ୍ବରରେ ହେବ ବୁଢ଼ାପଙ୍କ ମା  ଲଙ୍ଗ ବାଉତି ବାର୍ଷିକ ଯାତ୍ରା

(ଜେ ବି ଏନ /ସୁଶାନ୍ତ କୁମାର) ୨୭/୦୧ /୨୦୨୧ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଗଡ଼ ବୁଢ଼ାପଙ୍କ ଗ୍ରାମରେ ଦୀର୍ଘ ୨୦୦ ବର୍ଷରୁ ଉର୍ଦ୍ଧ ହେବ ପୌଷ ମାସର ପୂର୍ଣ୍ଣିମା ଦିନରେ ବୁଢ଼ାପଙ୍କ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଲଙ୍ଗ ବାଉତୀ ଙ୍କର ବାର୍ଷିକ ଯାତ୍ରା ବଡ଼ ଆଡମ୍ବରରେ ହୋଇ ଆସୁଥିବା ବେଳେ ଏହି ବର୍ଷ ସରକାରଙ୍କ କରୋନା କଟକଣା ପାଇଁ ଯାତ୍ରା ଫିକା ପଡ଼ିବା ସହିତ ନିଆଡମ୍ବରରେ ହେବ ଯାତ୍ରା ବୋଲି ଗ୍ରାମବାସୀ କହିଛନ୍ତି। କରୋନା କଟକଣା ନିୟମ ପାଳନ କରି ଯାତ୍ରା ହେବ ପୁଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ସରକାରଙ୍କ ନିୟମ ଅନୁଯାୟୀ କୌଣସି ବାଜା ବାଣ ଓ ରୋଷଣୀ, ବିନା ଆଲମ ଶୋଭା ଯାତ୍ରାରେ ସୀମିତ ଲୋକଙ୍କୁ ନେଇ ହେବ ଯାତ୍ରା। ଯାତ୍ରା ପୀଠ ସ୍ଥଳରେ କୌଣସି  ଦୋକାନ ବଜାର ଭିଡ଼ ହେବ ନାହିଁ। ସୀମିତ ଲୋକଙ୍କୁ ନେଇ ଯଥା ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା ହେବ। ଏହି ଯାତ୍ରାକୁ ଦେଖିବାକୁ ଆସନ୍ତି ଆଖପାଖ ଅଞ୍ଚଳର ଲକ୍ଷାଧିକ ଲୋକ। ଗଡ଼ ବୁଢ଼ାପଙ୍କ ଗ୍ରାମର ବାର ମାସରେ ତେର ପର୍ବ ମଧ୍ୟରୁ ଏହି ଯାତ୍ରା ପ୍ରମୁଖ ତେଣୁ ଗ୍ରାମବାସୀ ତଥା ବନ୍ଧୁବର୍ଗ ମଧ୍ୟରେ ବହୁତ ଉତ୍ସାହ ଥାଏ ଯାତ୍ରାକୁ ଉପଭୋଗ କରିବା ପାଇଁ। ଗ୍ରାମର ସମସ୍ତ ପରିବାରକୁ ବନ୍ଧୁବର୍ଗ ଙ୍କର ସୁଅ ଛୁଟିଥାଏ କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ଯାତ୍ରା ନିଆଡମ୍ବରରେ ହେଉଥିବାରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିବନି।

୧-ଲଙ୍ଗ ବାଉତୀ ଙ୍କର ଏହି ବାର୍ଷିକ ଯାତ୍ରା ଆମ ଗ୍ରାମବାସୀଙ୍କ ପ୍ରମୁଖ ଯାତ୍ରା ଉତ୍ସବ।ପ୍ରତି ବର୍ଷ ବଡ଼ ଧୁମଧାମରେ ହୁଏ ଯାତ୍ରା କିନ୍ତୁ ଚଳିତ ବର୍ଷ କରୋନା ମାହାମାରୀ ପାଇଁ ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ତେଣୁ କରୋନା ନିୟମ ପାଳନ କରି ମାଙ୍କ ରୀତିନୀତି ଅନୁଯାୟୀ ସୀମିତ ଲୋକଙ୍କୁ ନେଇ ବିଧି ଅନୁସାରେ ପୂଜା ଅର୍ଚ୍ଚନା ହେବ।

ଉତ୍ସବ ଦେହୁରୀ ( ସରପଞ୍ଚ ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ)

୨-୨୦୦ ବର୍ଷ ପୂର୍ବରୁ ହୋଇ ଆସୁଛି ଏହି ଲଙ୍ଗ ବାଉତୀ ଯାତ୍ରା। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯାତ୍ରାକୁ ପ୍ରଭାବିତ କରିବ। ନିଆଡମ୍ବରରେ ହେବାକୁ ଥିବା ଯାତ୍ରା ପାଇଁ ଲୋକଙ୍କ ମନରେ ଉତ୍ସାହ କମି ଯାଇଛି। ଏହିପରି ପୂର୍ବରୁ କେବେ ହୋଇନି। ଯାତ୍ରା ଉପରେ ପ୍ରଶାସନ ପକ୍ଷରୁ ଲଗା ଯାଇଥିବା ରୋକ ଭକ୍ତଙ୍କ ମନରେ ଦୁଃଖ ଦେଇଛି ।

ଅଭୟ ଚରଣ ସିଂହ (  ଗ୍ରାମ ସଭାପତି )

୩-ପ୍ରଶାସନ ପକ୍ଷରୁ ଯାତ୍ରା ଉପରେ ଲଗା ଯାଇଥିବା କଟକଣା ଭକ୍ତ ଓ ଭଗବାନ ମଧ୍ୟରେ ପାଚେରୀ ସାଜିଛି।ପାଖ କମଳାଙ୍ଗ ଗ୍ରାମରେ ଏହି ପୌଷ ପୂର୍ଣ୍ଣିମାରେ ହେଉଥିବା ଯାତ୍ରା ଉପରେ ପ୍ରଶାସନ ପକ୍ଷରୁ କୌଣସି କଟକଣା ଲଗା ଯାଇନାହିଁ । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ଦଳୀୟ ନିର୍ଦଳୀୟ କର୍ମୀଙ୍କୁ ନେଇ ହେଉଥିବା ଜନସମାଗମ ଉପରେ ସରକାରଙ୍କ ପକ୍ଷରୁ କୌଣସି କଟକଣା ଲଗାଯାଉନଥିବା ବେଳେ ଆମର ଆଧ୍ୟାତ୍ମିକ ପରମ୍ପରା ଓ ପୂଜା ଅର୍ଚ୍ଚନା ଉପରେ ପ୍ରଶାସନ ପକ୍ଷରୁ ଲଗାଯାଉଥିବା କଟକଣା ନେଇ ଗ୍ରାମବାସୀଙ୍କ ମନକୁ କୋଠାର ଘାତ କରିଛି।

ଦିବ୍ୟରଞ୍ଜନ ସାମଲ (ସମାଜସେବୀ) 

୪-ବର୍ଷରେ ଥରଟିଏ ଏହି ଯାତ୍ରା ଅନୁଷ୍ଠିତ ହୁଏ ଏହି ଯାତ୍ରାକୁ ଦେଖିବା ପାଇଁ ଲୋକମାନେ ଅପେକ୍ଷା କରି ରହିଥାନ୍ତି।ସରକାରଙ୍କ କରୋନା କଟକଣା ଚଳିତ ବର୍ଷ ଯାତ୍ରାକୁ ସମ୍ପୂର୍ଣ୍ଣ ଫିକା ପକାଇ ଦେବ। ନିୟମ ଅନୁଯାୟୀ ପୂଜା ଅର୍ଚ୍ଚନା ହେବ କୌଣସି ଜନ ସମାଗମ ହେବ ନାହିଁ।

ନାରାୟଣ ବେହେରା ( ପୂଜକ )