Spread the love

*କର୍ଲାଯୋରୀ ଅନ୍ତପାଲି ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ଶ୍ରୀମତୀ ଅଞ୍ଜନା ଖମାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା*
ଭଟଲି(ଅଭିମନ୍ୟୁ ପଧାନ ):- ଭଟଲି ବ୍ଲକ ଅନ୍ତର୍ଗତ କର୍ଲାଯୋରୀ ଅନ୍ତପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପଦୋନ୍ନତି ପାଇଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ଖମାରୀଙ୍କ ଏକ ଭାବବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁନୀଳ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଛାତ୍ରୀ ଶୋଭନା ଓ ଛାତ୍ରୀ ରଶ୍ମିତା ଅତି ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଶିକ୍ଷୟିତ୍ରୀ ତପସ୍ୱିନୀ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ ଶିକ୍ଷୟିତ୍ରୀ କାନ୍ତି ସାହୁ ସଭାର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ଖମାରୀଙ୍କ କାର୍ଯ୍ୟକାଳ ଓ ଛାତ୍ରଛାତ୍ରୀଙ୍କ ସହିତ ତାଙ୍କର ସ୍ନେହପୂର୍ଣ୍ଣ ସମ୍ପର୍କକୁ ମନେ ଶିକ୍ଷକ ବୁଲୁ ଗଡତିଆ, କଲ୍ୟାଣୀ ମିର୍ଦ୍ଧା ଏବଂ ସାଗ୍ନିକା ନାୟକ ପ୍ରମୁଖ ସ୍ମୃତିଚାରଣ କରିଥିଲେ।ତାଙ୍କର ସତ୍ୟନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଆଦିତ୍ୟ ଦୁଆନ ଓ ଉପସଭାପତି ଦୀପାଞ୍ଜଳି ସାହୁଙ୍କ ସମେତ କମିଟିର ସମସ୍ତ ସଭ୍ୟ ଓ ସଭ୍ୟାଗଣ ଭାବେ ଯୋଗ ଦେଇ ବିଦାୟୀ ଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ତଥା କମିଟିର ସଦସ୍ୟ ଭାବ ବିହ୍ୱଳ ହୋଇ ବିଦାୟୀ ଶିକ୍ଷୟିତ୍ରୀ ଶ୍ରୀମତି ଖମାରୀଙ୍କୁ ଉପର୍ଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।ପରିଶେଷରେ ଶିକ୍ଷୟିତ୍ରୀ ନୀଳିମା ପାଇକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

You missed