Spread the love

କଳାହିରା ସହର ତାଳଚେର ରୁ ଜନସମୁଦ୍ର ମଧ୍ୟରେ ବିଦାୟ ନେଲେ ପ୍ରଭୂ ଶ୍ରୀ ଗଜାନନ ।


ତାଳଚେର ତା ୨୬/୦୯ ତାଳଚେର ସହରର ଗଣପର୍ବ ତଥା ପ୍ରଭୁ ଶ୍ରୀ ଗଜାନନଙ୍କ ଭସାଣୀ ଉତ୍ସବ ମମହାସମାରୋହରେ ପାଳିତ ହୋଇଯାଇଛି । ତାଳଚେର ବଡ଼ଦାଣ୍ଡ ସାହିସ୍ଥିତ ମେଲଣ ପଡ଼ିଆରେ ଅପରାହ୍ନ ଏକ ଘଟିକା ସୁଦ୍ଧା ସମସ୍ତ ୩୫ଟି ମେଢ଼ ଗୁଡ଼ିକ ପଂହଚି ସାରିଥିଲା ।

ଘଟିକା ସମୟରେ ତାଳଚେର ଉପଜିଲ୍ଳାପାଳ ତଥା କେନ୍ଦ୍ରୀୟ ଗଣେଶପୂଜା କମିଟିର ସଭାପତି(IAS) ପ୍ରଜ୍ଞା ନନ୍ଦନ ଗିରି ସଭାପତିରେ ଆୟୋଜିତ ବୈଠକରେ ଢ଼େଙ୍କାନାଳ ପୂର୍ବତନ ସାଂସଦ ମହେଶ ସାହୁ, କେନ୍ଦ୍ରୀୟ ପୂଜାକମିଟିର ସମସ୍ତ ସଦସ୍ୟ ମଂଚ ଉପରେ ଉପସ୍ଥିତ ରେ ମେଢ଼ ଗୁଡ଼ିକ ଭସାଣୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପୂର୍ବନିଷ୍ପତି ଅନୁଯାୟୀ ଅପରାହ୍ନ ୨ଘଟିକା ସମୟରେ କ୍ରମାନ୍ୱୟରେ ଗୋଟିଏ ପରେ ଗୋଟିଏ ମେଢ଼ ବଡ଼ଦାଣ୍ଡ ସାହିରୁ ବାହାରି ବଡ଼ବଜାର ତାଳଚେର ଥାନା, ଚିତ୍ରକୂଟ ବଜାର, ହନୁମାନ ପଡ଼ା, ବଉଳଛକ, ଭୈରବୀ ସାହି ଦେଇ ପୁଣି ବଡ଼ବଜାର ଠାରେ ଭସାଣୀ ଶୋଭାଯାତ୍ରାକୁ ସମାପ୍ତ କରିଥିଲେ । ତେବେ ବିସର୍ଜନ ସମୟରେ ବଡ଼ଦାଣ୍ଡ ଛକ ଠାରୁ ଆରମ୍ଭ କରି ଫାଷ୍ଟଗେଟ୍ ପର୍ଯ୍ୟନ୍ତ ଅସମ୍ଭାଳ ଭିଡ଼ ଲାଗି ପରିଲକ୍ଷିତ ହୋଇଥିଲା। ମେଢ଼ ଗୁଡ଼ିକ ଆକର୍ଷଣ ବାଜା ଲାଇଟ୍ ଓ ଭଳିକି ଭଳି ପାରମ୍ପାରିକ ନାଚଗୀତରେ କଳାକୃତୀ, ବାଦ୍ୟ ଓ ନୃତ୍ୟ ମଧ୍ୟରେ ହଜାର ହଜାର ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ପ୍ରାୟ ସମସ୍ତ ୩୫ ଟି ପୂଜା କମିଟି ପକ୍ଷରୁ ନାନା ପ୍ରକାର ବାଜା ନୃତ୍ୟ ପରିବେଷଣ କରି ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ,ବିଶେଷ କରି ତାଳଚେର ବହୁ ପୁରାତନ ଗଣେଶ ପୂଜା କମିଟି କାରିଗର ପଡ଼ା ଓ ବଉଳଛକ ରାସ ପାର୍ଟି ଗଣେଶ ପୂଜା କମିଟି ପକ୍ଷରୁ ରାଜ୍ୟ ବାହାରୁ ଆସିଥିବା ବିଭିନ୍ନ କଳାକୃତି ର ନୃତ୍ୟ ବାଜା ଓ ଅନେକ ଗୁଡ଼ିଏ ସ୍ବତନ୍ତ୍ର ଆଇଟମ ର କଳାକୃତି ସମସ୍ତ ଶ୍ରଦ୍ଧାଳୁ ସ୍ଥାନୀୟ ଜନସାଧାରଣ ତଥା ଭସାଣୀ ପର୍ବ ଦେଖିବା ପାଇଁ ଆସିଥିବା ଜିଲ୍ଲା ଏଵଂ ପଡୋଶୀ ଜିଲ୍ଲା ରୁ ଶ୍ରଦ୍ଧାଳୁଙ୍କ ମନ କୁ କିଣି ନେଇଥିଲା। ତେବେ ପ୍ରଶାସନ ପକ୍ଷରୁ ପୂର୍ବରୁ ଶାନ୍ତି କମିଟି ବୈଠକରେ ନିଷ୍ପତିକ୍ରମେ ଡ଼ିଜେ ସାଉଣ୍ଡ ବ୍ୟବହାରକୁ ନିସିଦ୍ଧ କରାଇଥିଲା। ମୋଟାମୋଟି ଭାବେ ପ୍ରସିଦ୍ଧ ଗଣେଶ ପୂଜା ର ୧୨ଦିନ କାଳ ପୂଜା ରେ ଅହେତୁକ ଭିଡ ସହ ଲଡୁ ନିଲାମ ଭସାଣୀ ଉତ୍ସବ ଶାନ୍ତି ଶୃଙ୍ଖଳା ର ସହ ସମ୍ପର୍ନ୍ନ ହୋଇଯାଇଥିବା କାରଣ ରୁ ତାଳଚେର ଏକ ଭାଇଚାରା ସହର ବୋଲି ପ୍ରମାଣିତ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଏଥିପାଇଁ କେନ୍ଦ୍ରୀୟ ଗଣେଶ ପୂଜା କମିଟି ର ସଭାପତି ତଥା ଉପଜିଲ୍ଲାପଳ ପ୍ରଜ୍ଞା ନନ୍ଦନ ଗିରି, କାର୍ଯ୍ୟକାରି ସଭାପତି ତଥା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭରତ ସାହୁ,ସାଧାରଣ ସମ୍ପାଦକ ଜିତେନ୍ଦ୍ର କୁମାର ଦାସ, ତାଳଚେର ପୌର ପରିଷଦ ଅଧ୍ୟକ୍ଷ ପବିତ୍ର ଭୂତିଆ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ତେବେ ଏହି ଭସାଣୀ ଉତ୍ସବ ସହର ପରିକ୍ରମା କରିବା ସହ ଭସାଣି ସମାପନ ହେବା ବେଳକୁ ରାତ୍ରି ୧୨ଟା ବାଜି ଯଇଥିଲା ଓ ମେଢ଼ ଗୁଡ଼ିକ କ୍ରମାନ୍ୱୟରେ ବ୍ରାହ୍ମଣୀ ନଦୀ କୂଳରେ ନିର୍ମିତ ଅସ୍ଥାୟୀ କୁତ୍ରିମ ପୋଖରୀରେ ବିସର୍ଜନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *