Spread the love

କାଉଡିଆମାନଙ୍କର ପ୍ରବଳ ଭିଡ ଲାଗି ରହିଛି : ସୁଢଳର ନସ୍କରିଆ ପାହଡ ଉପରେ

ଶିବ ହେଉଛନ୍ତି ଆଶୁତୋଷ |ସେ ଭକ୍ତମାନଙ୍କର କାମନା ପୂର୍ତ୍ତି କରିଥାନ୍ତି | ପ୍ରତିବର୍ଷ ପରି କାଉଡିଆମାନେ ଶିବ ମନ୍ଦିରରେ ଜଳାଭିଶେକ କରିଥାନ୍ତି | ସେମାନଙ୍କ ବିଶ୍ବାସ ରହିଛି ଏହା ଦ୍ବାରା ସେମାନଙ୍କର ମନୋବାଞ୍ଚା ପୂରଣ ସହିତ ପରିବାର ଲୋକେ ସୁଖଶାନ୍ତିରେ ରହିଥାନ୍ତି | ଏହି ପରିପ୍ରେକ୍ଷୀରେ ସୁଢଳ ଗ୍ରାମର କାଉଡିଆ ଦଳ ୪୦ ଜଣ ସୁଦୂର ବୈତରଣୀରୁ ପାଣିକୁ ଭାରରେ ନେଇ ନିଜ ଗାଁ ସୁଢଳ ଗ୍ରାମରେ ଥିବା ନସ୍କରିଆ ପାହାଡ ଉପରେ ବିରାଜମାନ କରୁଥିବା ବାବା ବିଶ୍ବନାଥ ଦେବଙ୍କ ଠାରେ ଜଳାଭିଶେକ ଲାଗି ରାଇରଙ୍ଗପୁରରୁ ବାହାରିଥିଲେ | ଆସନ୍ତାକାଲି ସୋମବାର ବାବାଙ୍କ ଠାରେ ଜଳାଭିଶେକ କରିବେ | ପାହାଡ ଉପରେ ଏହି ମନ୍ଦିର କିନ୍ତୁ ମନ୍ଦିର ଉପରକୁ ଯିବା ପାଇଁ ପାହାଚ ନାହିଁ | ତେଣୁ କାଉଡିଆ ଦଳ ନିବେଦନ କରିଛନ୍ତି ସରକାର ଏଠାରେ ପାହାଚ ନିର୍ମାଣ କରନ୍ତେ ଭଲ ହୁଅନ୍ତା କାରଣ ଶିବରାତ୍ରୀ ତଥା ଅନ୍ୟାନ୍ୟ ପର୍ବପର୍ବାଣୀମାନଙ୍କରେ ଭକ୍ତମାନଙ୍କର ନାହିଁ ନ ଥିବା ଭିଡ ଦେଖାଯାଇଥାଏ | ଆଜି ରାଇରଙ୍ଗପୁର ସହରସ୍ତ ଶିରିଡି ସାଇ ମନ୍ଦିର ପ୍ରାଙ୍ଗଣରେ ନିଜର ଅନୁଭୂତି ବଖାଣିଥିଲେ | ସେମାନେ ଦୀର୍ଘ ୧୧ ବର୍ଷକାଳ ବାବାଙ୍କ ଠାରେ ଜଳାଭିଶେକ କରିଆସୁଛନ୍ତି ଏବଂ ଏହା ଦ୍ବାରା ସେମାନଙ୍କର ମନୋକାମନା ପୂରଣ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ | ଏହି କାଉଡିଆ ଦଳକୁ ସାହୁ ପରିବାର ର ହରିଶ,କଟ,ବାବୁଛୁଆ ଓ ବନ୍ତ ପରିଚାଳନା କରୁଥିବା ବେଳେ ଶିରିଡି ସାଇ ମନ୍ଦିର କଲୋନୀ ଏବଂ ସାଙ୍ଗସାଥୀମାନେ ସହଯୋଗ କରିଥିଲେ | କାଉଡିଆ ଦଳମାନଙ୍କ ନିମନ୍ତେ କମିଟୀ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା | କାଉଡିଆମାନଙ୍କ ମଧ୍ୟରେ ବିନୋଦ କୁମାର ଧଳ,ବିଶ୍ବନାଥ ସି,ବିଭୂତି ଧଳ,ଜଳେଶ୍ବର ଦେଓ,ଶିବ ପାଟବନ୍ଧା,ରବୀନ୍ଦ୍ର ଧଳ,ଦେବାଶିଷ ସି,ପ୍ରକାଶ ତିପିରିଆ,ଦୀପକ ସି,ନୀପୂଜ ଦେଓ ,ସୁରେଶ ତଥା ଅନ୍ୟମାନେ ଉପସ୍ଥିତଥିଲେ | ସେମାନେ ଅପରାହ୍ନ ୪ଟା ବେଳେ ବାବା ହାମାରା ମନ କି ବାଟ ସୁନେଗା,ଶିବ ବାବା କି,ଭୋଲେ ବାବା କି,ବମ ବମ ବୋଲେ ବମ ନାନା ନାରା ଦେଇ ସୁଢଳ ଅଭିମୁଖେ ଯାତ୍ରା କରିଥିଲେ |

କେନ୍ଦୁଝର ଜିଲ୍ଲା ରୁ ରତି ରଞ୍ଜନ ଓ ପ୍ରଶାନ୍ତ ପ୍ରଦାନ୍ ଶହ ପାଟଣା ବ୍ଲକ ଦଶରଥ ବାରିକ୍ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *