କାରିଗରସାହି ଗଜଲକ୍ଷ୍ମୀପୂଜର ୮ମ ଦିବସରେ ୫୬ ଭୋଗ
ଢେଙ୍କାନାଳ ସହର କାରିଗର ସାହି ଗଜଲକ୍ଷ୍ମୀପୂଜା ପ୍ରତିଷ୍ଠାନ ପକ୍ଷରୁ ପୂଜାର ଅଷ୍ଟମ ଦିବସରେ ମା’ ଲକ୍ଷ୍ମୀଙ୍କ ପାଖରେ ୫୬ଭୋଗ ଲାଗି କରାଯାଇଛି । ମୁଖ୍ୟ ପୂଜକ ଗଗନ ଭାଇନା, ମୁଖ୍ୟ ସହଯୋଗୀ ନିଲୁ ବଳେଇ ଓ ଆୟୋଜକ ଶୁଶି ବାବା ସମସ୍ତ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏହି ବଜାରରେ ମା’ଲକ୍ଷ୍ମୀ ପିତଳ ମେଢରେ ଶୋଭା ପାଉଛନ୍ତି । ଆସନ୍ତା ୨୦୨୭ରେ ୭୫ବର୍ଷ ଉପଲକ୍ଷେ ହୀରକ ଜୟନ୍ତୀ ପାଳନ କରାଯିବ । ଗତ ଗୁରୁବାର ମା’ଙ୍କର ବଡଭୋଗ ଲାଗି ସହିତ ଭକ୍ତମାନେ ଅଭିନନ୍ଦନ ଗାର୍ଡେନ୍ ଠାରେ ପ୍ରସାଦସେବନ କରିଥିଲେ । ମା’ଙ୍କ ପାଖରେ ବିଭିନ୍ନ ପ୍ରକାର ପିଠା, ମିଠା ଓ ଫଳମୂଳ ଲାଗି ହୋଇଥିଲା । ଏଥିରେ ସଭାପତି ମୁରଲିଧର ବେହେରା, ଉପସଭାପତି ବିଚିତ୍ରାନନ୍ଦ ବେହେରା, ସଂପାଦକ ଫିଟୁ ବେହେରା ପ୍ରମୁଖ ସହଯୋଗ କରିଥିଲେ ।
